fbpx

ମାର୍ଗଶୀର ମାସରେ ଶଙ୍ଖରେ କରନ୍ତୁ ଏହି ଉପାୟ: ଦୂର ହେବ ଆର୍ଥିକ ସମସ୍ୟା

ସନାତନ ଧର୍ମରେ ବର୍ଷରେ ୧୨ ମାସକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ବର୍ଷର ପ୍ରତ୍ୟେକ ମାସ କିଛି ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପିତ । ତେବେ ବର୍ତ୍ତମାନ ପବିତ୍ର ମାର୍ଗଶୀର ମାସ ଚାଲିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ମାସ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଅତି ପ୍ରିୟ ବୋଲି ବିବେଚନା କରାଯାଏ। ତେବେ ଶ୍ରୀକୃଷ୍ଣଙ୍କ ଆରାଧନା ପାଇଁ ଆପଣଙ୍କୁ ଶ୍ରୀ କୃଷ୍ଣଙ୍କର ପ୍ରିୟ ଜିନିଷ ବିଷୟରେ ଜାଣିବା ଆବଶ୍ୟକ । ତେବେ ସେଥି ମଧ୍ୟରୁ ଗୋଟିଏ ହେଉଛି ଶଙ୍ଖ । ମାର୍ଗଶୀର ମାସ ପରି ଶଙ୍ଖ ମଧ୍ୟ କୃଷ୍ଣଙ୍କର ବେଶ ପ୍ରିୟ । ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ମଧ୍ୟ ଏହି ମାସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ତେବେ ଏହି ମାସରେ ଶଙ୍ଖକୁ ପୂଜା କରିବା ଦ୍ୱାରା ଆପଣଙ୍କର ଆପଣଙ୍କର ଶାରିରୀକ ଏବଂ ଆର୍ଥିକ ଉନ୍ନତି ହେବା ସହିତ ଘରେ ସୁଖ ଶାନ୍ତି ମଧ୍ୟ ବଜାୟ ରହିବ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପବିତ୍ର ମାର୍ଗାଶୀର ମାସ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ଅଟେ। ଭଗବାନ ଶ୍ରୀକୃଷ୍ଣ ମୟୂର ପକ୍ଷ, ବଂଶୀ ଏବଂ ଶଙ୍ଖକୁ ବହୁତ ଭଲ ପାଆନ୍ତି । କେବଳ ଏତିକି ନୁହେଁ, ଏହି ମାସରେ ଶଙ୍ଖ ବ୍ୟବହାର କରିବା ଦ୍ୱାରା ଅନେକ ପ୍ରକାରର ସୁଫଳ ମଧ୍ୟ ମିଳିଥାଏ । ଏହା ସହିତ ଆଧ୍ୟାତ୍ମିକ ଲାଭ ମିଳିବା ସହିତ ପାପକୁ ମଧ୍ୟ ଦୂର କରିଥାଏ ।
ଧାର୍ମିକ ମାନ୍ୟତା ଅନୁଯାୟୀ, ମାର୍ଗାଶୀର ମାସରେ ପ୍ରତିଦିନ ସକାଳ ପୂଜା ପରେ ଲଡ଼ୁ ଗୋପାଳଙ୍କ ନିକଟରେ ପ୍ରାର୍ଥନା କରିବା ସମୟରେ ଶଙ୍ଖ ବଜାଇବା ଉଚିତ୍। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଶ୍ରୀକୃଷ୍ଣଙ୍କର ଅଶେଷ କୃପା ମିଳିଥାଏ । ଯଦି ଆପଣ ସକାଳ ଓ ସନ୍ଧ୍ୟାରେ ଘରେ ଶଙ୍ଖ ବଜାଉଥାନ୍ତି ତେବେ ଘରର ବାୟୁମଣ୍ଡଳରେ ମଧ୍ୟ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଏହା ସହିତ ଏପରି କରିବା ଦ୍ୱାରା ଘରେ ଦେବୀ ଲକ୍ଷ୍ମୀ ଏବଂ ରିଦ୍ଧି-ସିଦ୍ଧି ମଧ୍ୟ ବାସ କରନ୍ତି। ଏଭଳି ପରିସ୍ଥିତିରେ ଘରେ ଆର୍ଥକ ସମସ୍ୟା ରହିନଥାଏ ।

ଶଙ୍ଖ ଫୁଙ୍କିବା ଦ୍ୱାରା ଶାରୀରିକ ଲାଭ- କେବଳ ଏତିକି ନୁହେଁ, ପ୍ରତିଦିନ ଶଙ୍ଖ ବଜାଇବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସର ଏକ ପ୍ରକାର ବ୍ୟାୟାମ ହୋଇଥାଏ । ଏହା ଦ୍ୱାରା ଥାଇରଏଡ ଗ୍ରନ୍ଥି ଏବଂ ଲାରିନକ୍ସକୁ ମଧ୍ୟ ଆକ୍ଟିଭେଟ କରିଥାଏ । ଶଙ୍ଖରେ ଶତପ୍ରତିଶତ କ୍ୟାଲସିୟମ ଥାଏ । ତେଣୁ ରାତିରେ ଶଙ୍ଖରେ ପାଣି ରଖି ସକାଳେ ଏହାକୁ ଆପଣଙ୍କ ଚର୍ମରେ ମାଲିସ୍ କରିବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟାକୁ ଏହା ଏଡ଼ାଇଥାଏ । ଏହା ସହିତ ଶଙ୍ଖ ବଜାଇବା ଦ୍ୱାରା ଚାପରୁ ମଧ୍ୟ ମୁକ୍ତି ମିଳିଥାଏ । କାରଣ ଏହି ସମୟରେ ସମସ୍ତ କଷ୍ଟ ମନରୁ ଦୂରେଇ ଯାଇଥାଏ । ଏହା ଦ୍ୱାରା ହୃଦଘାତକୁ ମଧ୍ୟ ଅନେକ ମାତ୍ରାରେ ଏଡାଯାଇପାରିବ । ନିୟମିତ ଭାବେ ଶଙ୍ଖ ବଜାଉଥିବା ବ୍ୟକ୍ତିର ହୃଦଘାତରେ ପୀଡିତ ହେବାର ଆଶଙ୍କା କମ ରହିଥାଏ ।

Get real time updates directly on you device, subscribe now.