fbpx

ବାତିଲ୍ ହେବ Driving License… ମଦ୍ୟପାନ କରି ଗାଡି ଚଳାଉଥିଲେ ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର: ‘ସେଫ୍ ଡ୍ରାଇଭ୍ ସେଫ୍ ସିଟି’ ଅଭିଯାନରେ କମିଶନରେଟ୍ ପୋଲିସ୍ ତରଫରୁ ଚାଲିଛି ‘ଡ୍ରଙ୍କେନ ଡ୍ରାଇଭିଂ’ ଯାଞ୍ଚ । ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ସଚେତନ ଏବଂ ସାବାଡ କରିବାକୁ ରାତି ସମୟରେ କଡାକଡି ଭାବରେ ଯାଞ୍ଚ କରାଯାଉଛି । ମଦ୍ୟପ ଡ୍ରାଇଭର ମାନଙ୍କ ଉପରେ ଦୃଢ କାର୍ଯ୍ୟନୂୁଷ୍ଠାନ ନେବା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇଲେ ସମ୍ପୃକ୍ତ ଗାଡ଼ିଚାଳକଙ୍କ ଉପରେ ଜରିମାନା ଆଦାୟ ସହିତ ଡ୍ରାଇଭିଂ ଲାଇଲେନ୍ସକୁ ବାତିଲ୍ କରିବା ନେଇ ତାଗିଦ୍ କରାଯାଇଛି ।

ସେହିଭଳି ଜବତ ଗାଡି ସବୁକୁ କୋର୍ଟ ଚାଲାଣ କାରାଯାଉଛି । ତେବେ ଏ ସବୁ କଡା ନିୟମ ପରେ ମଧ୍ୟ ଅନେକ ମଦ୍ୟପ ଚାଳକ ବାରମ୍ବାର ଏହି ନିୟମ ସବୁ ଉଲ୍ଲଂଘନ କରିଚାଲିଛନ୍ତି । ତଥ୍ୟ ଅନୁସାରେ ଫେବୃଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ପ୍ରାୟ ୯୦୦ ଜଣ ମଦ୍ୟପ ଗାଡ଼ି ଚାଳକ ଧରାପଡିଛନ୍ତି । ସେମାନଙ୍କ ମଧ୍ୟରୁ ଅଭ୍ୟାସଗତ ଅମାନିଆଙ୍କୁ ଚିହ୍ନଟ କରିଛି ପୋଲିସ । ଏମାନେ ବାରମ୍ବାର ତାଗିଦ ପରେ ମଧ୍ୟ ନିଶାଶକ୍ତ ଅବସ୍ଥାରେ ଗାଡ଼ିଚାଳନା କରୁଥିବା ଜାଣିବାକୁ ମିଳିଛି ।

ପୋଲିସଙ୍କ କହିବା ଅନୁସାରେ ଧରପଗଡ ହୋଇଥିବା ରେକର୍ଡରୁ ଅଭ୍ୟାସଗତ ଅମାନିଆଙ୍କର ଏକ ତାଲିକା କରାଯାଉଛି । ସେମାନଙ୍କ ଭିତରୁ ଦୈନିକ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କର ତାଲିକା ଆରଟିଓ-୨ଙ୍କୁ ପ୍ରଦାନ କରାଯାଇଛି । ମୋଟର ଭେହିକିଲ୍ ନିୟମାନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି କରାଯାଇଛି । ଯେଉଁମାନେ ନିୟମ ଆଚରଣ ବିଧି ବାରମ୍ବାର ଉଲ୍ଲଂଘନ କରୁଛନ୍ତି । ସେହିଭଳି ଆରଟିଓ ପବ୍ଲିକ୍ ଡୋମେନରେ ସେମାନଙ୍କୁ ଅଭ୍ୟାସଗତ ଅମାନିଆ ବୋଲି ଉଲ୍ଲେଖ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.