fbpx

T-20 WC ପାଇଁ ହେଲା ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର ଗୋଟିଏ ମାସ ଅପେକ୍ଷା । ତେବେ ଏହା ଭିତରେ ମେ’ ୧ ତାରିଖ ସୁଦ୍ଧା ବିଶ୍ୱକପ ପାଇଁ ସମସ୍ତ ଦଳ ଘୋଷଣା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏଲରେ ସାରା ବିଶ୍ୱ ବ୍ୟସ୍ତ ରହିଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଟିମ ଭାବରେ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି । ବିଶ୍ୱକପ ଖେଳିବା ପାଇଁ ଏହି ଦଳରେ ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ କମବ୍ୟାକ କରିଛନ୍ତି । ବୋର୍ଡର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ବୋଲ୍ଟ ସାମିଲ ନଥିଲେ ମଧ୍ୟ ଅଭିଜ୍ଞତା ଯୋଗୁଁ ବୋଲ୍ଟଙ୍କୁ ଦଳରେ ସୁଯୋଗ ଦିଆଯାଇଛି ।

ତେବେ ନ୍ୟୁଜିଲାଣ୍ଡ ଦଳରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଟି-୨୦ ବିଶ୍ୱକପ ପାଇଁ କୌଣସି ନୂଆ ଚେହେରାଙ୍କୁ ମଧ୍ୟ ସୁଯୋଗ ଦିଆଯାଇନାହିଁ । ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ ଏବଂ ଆଇପିଏଲ-୨୦୨୪ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଦଳରେ ସ୍ଥାନ ଦେଇଛି ନ୍ୟୁଜିଲାଣ୍ଡ । ଦଳର ଅଧିନାୟକ ପୁଣିଥରେ କେନ୍ ୱିଲିୟମସନଙ୍କ ହାତରେ ରହିଛି । ତେବେ ଆହତ ଯୋଗୁଁ ଆଇପିଏଲରୁ ବାଦ୍ ପଡ଼ିଥିବା ଡିଭନ୍ କନୱେ ସୁସ୍ଥ ହୋଇ ଦଳକୁ ଫେରୁଛନ୍ତି । ଏହାବ୍ୟତୀତ ଡାରିଲ ମିଚେଲ ଏବଂ ରଚିନ୍ ରବିନ୍ଦ୍ର ମଧ୍ୟ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି ।

ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ: କେନ୍ ୱିଲିୟମସନ୍(ଅଧିନାୟକ), ଫିନ୍ ଆଲେନ୍, ଟ୍ରେଣ୍ଟ ବୋଲ୍ଟ, ମାଇକେଲ ବ୍ରେସବେଲ, ମାର୍କ ଚାପମେନ, ଡେଭନ୍ କନୱେ, ଲକି ଫର୍ଗୁସନ୍, ମ୍ୟାଟ ହେନରୀ, ଡାରିଲ ମିଚେଲ, ଜିମି ନିଶମ୍, ଗ୍ଲେନ ଫିଲିପ୍ସ, ରଚିନ୍ ରବିନ୍ଦ୍ର, ମିଚେଲ ସାଣ୍ଟନର, ଇସ ସୋଢୀ ଏବଂ ଟିମ୍ ସାଉଦୀ ।

ଏଥି ସହିତ ଦଳ ନିଜର ଟି-୨୦ ବିଶ୍ୱକପ ଜର୍ସି ମଧ୍ୟ ଲଞ୍ଚ୍ କରିଛି । ଏ ନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ । ନୂଆ ଜର୍ସିର ରଙ୍ଗ ନୀଳ ରହିଥିବା ବେଳେ ଚାତିରେ ଏକ ଧଳା ରଙ୍ଗର ପଟି ରହିଛି, ଯେଉଁ ଇଂରାଜୀରେ ନ୍ୟୁଜିଲାଣ୍ଡ ଲେକଖା ରହିଛି । ଏହାବ୍ୟତୀତ ଛାତିର ବାମ ପାଖରେ ଦଳର ଲୋଗୋ ଏବଂ ଡାହାଣ ପାଶ୍ୱର୍ରେ ଟି-୨୦ ବିଶ୍ୱକପର ଲୋଗୋକୁ ସ୍ଥାନ ଦିଆଯାଇଛି ।

Get real time updates directly on you device, subscribe now.