fbpx
BJD SKY
BJD SKY

କର୍ଣ୍ଣାଟକର ବିଜେପି ସାଂସଦ ଭି ଶ୍ରୀନିବାସ ପ୍ରସାଦଙ୍କ ନିଧନ, ୪ ଦିନରୁ ICUରେ ଥିଲେ ଭର୍ତ୍ତି

BJD

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନ ମଧ୍ୟରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ବିଜେପି ନେତା ତଥା ଚାମରାଜନଗରର ସାଂସଦ ଭି ଶ୍ରୀନିବାସଙ୍କ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଶ୍ରୀନିବାସ ଦୀର୍ଘ ଦିନରୁ ଅସୁସ୍ଥ ଥିବା କାରଣରୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଗତ ୪ ଦିନରୁ ସେ ICUରେ ଭର୍ତ୍ତି ଥିଲେ । ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ମଲ୍ଟି ଅର୍ଗାନ ଫେଲୁଅର କାରଣରୁ ୭୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ଆଜି ମୈସୁରୁ ସ୍ଥିତ ଜୟଲକ୍ଷ୍ମୀପୁରମ ବାସସ୍ଥାନକୁ ଅଣାଯିବ ।

୧୯୪୭ ମସିହା ଜୁଲାଇ ୬ରେ ମୈସୁରୁର ଅଶୋକପୁରମରେ ଭି ଶ୍ରୀନିବାସ ପ୍ରସାଦ ଜନ୍ମ ଗ୍ରହଣ କରିଥିଲେ । ଅଧ୍ୟୟନରେ ଉତ୍ତମ ଥିବା ଶ୍ରୀନିବାସ ପିଲାଦିନରୁ ୧୯୭୪ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଜଝଝ) ସହ ଜଡ଼ିତ ଥିଲେ । ଏହା ସହ ଇଈଠଚରେ ମଧ୍ୟ ସକ୍ରିୟ ଥିଲେ । ପରେ ୧୯୭୨ରେ କୃଷ୍ଣରାଜ ବିଧାନସଭା ନିର୍ବାଚନୀ ମଣ୍ଡଳର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜନୀତିରେ ପ୍ରବେଶ କରିଥିଲେ । ସେ ଜଣେ ଦଳିତ ନେତା ତଥା ରାଜନୀତିଜ୍ଞ ଭାବେ ବେଶ ଲୋକପ୍ରିୟ ଥିଲେ । ଶ୍ରୀନିବାସ ମୋଟ୍ ୧୪ଟି ନିର୍ବାଚନ ଲଢ଼ିଥିଲେ ଯେଉଁଥିରେ ୮ଟିରେ ବିଜୟ ହାସଲ କରିଥିଲେ । ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଲୋକଜନଶକ୍ତି ସାଂସଦ ଭାବରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ କେନ୍ଦ୍ର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ୧୯୮୦ରେ ସେ ଜନତା ଦଳର ସଦସ୍ୟ ଭାବେ ଲୋକସଭାର ଯାତ୍ରା ଆରମ୍ଭ କରିଥିଲେ । ୨୦୧୬ରେ ସିଦ୍ଦରମୈୟା କ୍ୟାବିନେଟରୁ ହଟାଯିବା ପରେ ବିଜେପିରେ ସାମିଲ ହୋଇଥିଲେ । ଭି ଶ୍ରୀନିବାସ ଚାମନଗରରୁ ମୋଟ୍ ୭ ଥର ସାଂସଦ ଏବଂ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ସହ କର୍ଣ୍ଣାଟକର ରାଜସ୍ୱ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ନିକଟରେ ସେ ରାଜନୀତିରୁ ଅବସର ନେବା ପାଇଁ ଘୋଷଣା କରିଥିଲେ ।

ଭି ଶ୍ରୀନିବାସଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରି କହିଛନ୍ତି, ‘ବରିଷ୍ଠ ନେତା ତଥା ଚାମରାଜନଗର ସାଂସଦ ଭି ଶ୍ରୀନିବାସ ପ୍ରସାଦଙ୍କ ନିଧନ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ । ସେ ସାମାଜିକ ନ୍ୟାୟର ସମର୍ଥକ ଥିଲେ । ଗରିବ ଏବଂ ବଞ୍ଚିତ ଲୋକଙ୍କ କଲ୍ୟାଣ ପାଇଁ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ । ସାମୁଦାୟିକ ସେବା ପାଇଁ ସେ ବେଶ ଲୋକପ୍ରିୟ ଥିଲେ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା ରହିଛି ।’ ଅପରପକ୍ଷରେ କର୍ଣ୍ଣାଟକରେ ବିଭିନ୍ନ ରାଜନୈତିକ ଦଳର ନେତା, ମନ୍ତ୍ରୀ ଓ କର୍ମୀ ଶ୍ରୀନିବାସଙ୍କ ନିଧନ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀନିବାସଙ୍କ ବିୟୋଗ କର୍ଣ୍ଣାଟକ ରାଜନୀତିରେ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି ।

Get real time updates directly on you device, subscribe now.