fbpx

ବେକର କଳାପଣ ପାଇଁ ଚିନ୍ତିତ କି ? ଏହି ଘରୋଇ ଉପଚାର ଦ୍ୱାରା ଦୂରେଇଥାଏ ସମସ୍ୟା

ଓଡ଼ିଶା ଭାସ୍କର: କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ଏମିତିରେ ଟିକିଏ ଆଶ୍ୱସ୍ତି ପାଇଁ ଲୋକମାନେ ଛାଇ ଏବଂ ଥଣ୍ଡା ପବନ ଖୋଜିଥାନ୍ତି । ଅଧିକାଂଶ ସମୟରେ ଝାଳ ଏବଂ ପ୍ରଦୂଷଣ ଯୋଗୁଁ ବେକର କିଛି ଅଂଶ କଳା ପଡ଼ିଯାଏ । ବିଶେଷ କରି କଲାର ଥିବା ଶାର୍ଟ ପିନ୍ଧୁଥିବା ବ୍ୟକ୍ତିଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟି ଥାଏ । ବେଳେ ବେଳେ ଟାନିଂ, ରୋଗ, ଘସି ହୋଇ ନ ଗାଧୋଇବା ଇତ୍ୟାଦି ପାଇଁ ମଧ୍ୟ ଏପରି ହୋଇଥାଏ । ଏହା ବ୍ୟକ୍ତିର ସୁନ୍ଦରତାରେ ବାଧା ସୃଷ୍ଟି କରିଥାଏ । ସାମାଜିକ ଜୀବନରେ ଅନେକ ବ୍ୟକ୍ତି ପରିହାସର ଶିକାର ମଧ୍ୟ ହୋଇଥାନ୍ତି । ଏହା ସେମାନଙ୍କ ଅତ୍ମବିଶ୍ୱାସକୁ ହ୍ରାସ କରିଥାଏ । ବେକର କଳାପଣରୁ ଛୁଟକାରା ପାଇବା ପାଇଁ ଆମେ ଅନେକ ଉପଚାର ଆପଣାଇଥାଉ କିନ୍ତୁ ଅନେକାଂଶରେ ଏହା ଫଳପ୍ରଦ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଘରୋଇ ଉପଚାର ବିଷୟରେ ଯାହା ଗଳାକ କଳାପଣ ଦୂର କରିବାରେ ସହାୟକ ହୋଇଥାଏ ।

୧. ଦହି ଏବଂ ହଳଦୀ: ଗୋଟିଏ ଚାମଚ ଦହିରେ ଅଧ ଚାମଚ ହଳଦୀ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ ଏବଂ ୨୦ ମିନିଟ୍ ପାଇଁ ପରେ ଧୋଇ ଦିଅନ୍ତୁ । ନିୟମିତ ଏହି ଉପାୟକୁ କଲେ କିଛି ଦିନ ମଧ୍ୟରେ ଫରକ ଜାଣିପାରିବେ ।

୨. ଆଳୁ: ଗୋଟିଏ ଆଳୁକୁ ଧୋଇ ସ୍ଲାଇସ୍ କରି କାଟନ୍ତୁ । ଏହାକୁ ବେକର କଳା ପଡ଼ିଯାଇଥିବା/ ଟାନିଂ ଅଂଶରେ ଘସନ୍ତୁ । କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ । କିଛି ସପ୍ତାହ ମଧ୍ୟରେ ତ୍ୱଚାର ରଂଗରେ ପରିବର୍ତ୍ତନ ଦେଖିପାରିବେ ।

୩. ଗରମ କ୍ଷୀରର ସର: ବେକର କଳା ପଡ଼ିଯାଇଥିବା ଅଂଶରେ ଗରମ ସରର ମାଲିସ କରିବା ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ତ୍ୱଚା କୋମଳ ହେବା ସହ କଳାପଣ ଦୂରେଇଥାଏ ।

୪. ଲେମ୍ବୁ: ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ରହିଛି । ଏହା ବେକର କଳାପଣ ଦୂର କରିବାରେ ସହାୟକ ହୋଇଥାଏ । ଏଥିପାଇଁ ଗୋଟିଏ ଲେମ୍ବୁ କାଟି ପ୍ରଭାବିତ ସ୍ଥାନରେ ଘସି ପାରିବେ । ଏହା ବ୍ୟତୀତ ଗୋଟିଏ ପାତ୍ରରେ କିଛି ଲେମ୍ବୁ ରସ ବାହାର କରି ତୁଳା ସାହାଯ୍ୟରେ ପ୍ରଭାବିତ ସ୍ଥାନରେ ଲଗାଇପାରିବେ । କିଛି ସମୟ ପରେ ଧୋଇ ଦିଅନ୍ତୁ । ଏହା ତ୍ୱଚାରଉଜ୍ଜ୍ୱଳତା ବୃଦ୍ଧି କରିଥାଏ ।

 

Get real time updates directly on you device, subscribe now.