fbpx
BJD SKY
BJD SKY

ଏଥର ପାକିସ୍ତାନ ଜିତିବ ଟି-୨୦ ବିଶ୍ୱକପ! ୨୦୧୧ ବିଶ୍ୱବିଜେତାଙ୍କୁ ଦଳରେ କଲା ସାମିଲ

BJD

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ବଢିଲା ଆହୁରି ଟେନସନ । ୨୦୧୧ ବିଶ୍ୱକପରେ ଟିମ ଇଣ୍ଡିଆର ସେ ଥିଲେ ‘ସୂତ୍ରଧର’ । କିନ୍ତୁ ଏବେ ପାକିସ୍ତାନ ପକ୍ଷରୁ ଭାରତ ବିପକ୍ଷରେ କରିବେ ଷଡ଼ଯନ୍ତ୍ର । ଟିମ ଇଣ୍ଡିଆର ଅଧିକାଂଶ ଖେଳାଳିଙ୍କ ଦୁର୍ବଳତା ଏବଂ ରଣନୀତି ସହ ପରିଚିତ । ତେଣୁ ଭାରତକୁ ଚକମା ଦେବାରେ ସଫଳ ହୋଇପାରେ ପାକିସ୍ତାନ । ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ସୀମିତ ଓଭର ଦଳରେ ସାମିଲ ହୋଇଛନ୍ତି ଟିମ ଇଣ୍ଡିଆର ଅତି ଘନିଷ୍ଠ ମିତ୍ର । ଭାରତକୁ ବିଶ୍ୱବିଜୟୀ କରିବାରେ ସେ ପ୍ରମୁଖ ଭୂମିକାରେ ରହିଥିଲେ । ଆଜି ପାକିସ୍ତାନ ପାଇଁ ସେହି ଦାୟିତ୍ୱ ନେବେ ଟିମ ଇଣ୍ଡିଆର ପୂର୍ବତନ କୋଚ୍ ଗ୍ୟାରୀ କ୍ରିଷ୍ଟନ୍ ।

ଟି-୨୦ ବିଶ୍ୱକପ ପୂର୍ବରୁ ପରାକିସ୍ତାନ କ୍ରିକେଟ ବୋର୍ଡ ୩ ଜଣ କୋଚଙ୍କ ନାଁ ଘୋଷଣା କରିଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ତଥା ଭାରତର ବିଶ୍ୱବିଜୟୀ କୋଚ୍ ବର୍ତ୍ତମାନ ପାକ୍ ଟିମରେ ମୁଖ୍ୟ କୋଚ୍ ଭାବରେ ସାମିଲ ହୋଇଛନ୍ତି । ଦନିକିଆ ବିଶ୍ୱକପ ପରାଜୟ ପରେ ପାକିସ୍ତାନ କୋଚଙ୍କ ବିନା ଦ୍ୱିପାକ୍ଷିକ ସିରିଜ ଖେଳୁଛି । କିନ୍ତୁ ବର୍ତ୍ତମାନ ବିଶ୍ୱକପ ପାଇଁ ଅଣ୍ଟା ଭିଡ଼ିଛି ପିସିବି । ଗ୍ୟାରୀ କ୍ରିଷ୍ଟନଙ୍କ କୋଚିଙ୍ଗରେ ଭାରତ ୨୦୧୧ ବିଶ୍ୱକପ ନିଜ ନାମରେ କରିଥିଲା । ଏହାବ୍ୟତୀତ ଆଇପିଏଲରେ ମଧ୍ୟ ତାଙ୍କ କୋଚିଙ୍ଗ(ବ୍ୟାଟିଂ)ରେ ଗୁଜୁରାଟ ଟାଇଟନ୍ସ ୨୦୨୨ରେ ଚମ୍ପିଆନ୍ ହୋଇଥିବା ବେଳେ ୨୦୨୩ରେ ଫାଇନାଲରେ ପହଞ୍ଚିଥିଲା ଦଳ । ତେଣୁ ଆଗାମୀ ଟି-୨୦ ବିଶ୍ୱକପରେ କ୍ରିଷ୍ଟନଙ୍କ କୋଚିଙ୍ଗ ଟିମ ପାକିସ୍ତାନକୁ ସଫଳତା ଦେଇପାରେ ବୋଲି ଆଶା ରଖିଛି ପିସିବି ।

ତେବେ କ୍ରିଷ୍ଟନଙ୍କୁ ସୀମିତ ଓଭର କ୍ରିକେଟରେ କୋଚିଙ୍ଗ ପଦ ଦେଇଥିବା ବେଳେ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ପୂର୍ବ ବୋଲର ଜେସନ୍ ଗିଲେପ୍ସି କୋଚ୍ ଦାୟିତ୍ୱରେ ରହିବେ । ତେବେ ପାକିସ୍ତାନର ପୂର୍ବ ଆଲରାଉଣ୍ଡର ଉଭୟ ଫର୍ମାଟରେ ଦଳର ଆସିଷ୍ଟାଣ୍ଟ କୋଚ୍ ପଦବୀ ପାଇଁ ଚୟନ କରାଯାଇଛି । ଏହାସହିତ ନିକଟରେ ଅଧିନାୟକ ମଧ୍ୟ ପରିବର୍ତ୍ତନ କରିଛି ପାକିସ୍ତାନ । ବାବରଙ୍କ ଇସ୍ତଫା ପରେ ଶାହୀନ ଆଫ୍ରିଦିଙ୍କୁ ନେତୃତ୍ୱ ଦିଆ ଯାଇଥିବା ବେଳେ ବର୍ତ୍ତମାନ ପୁଣିଥରେ ବାବରଙ୍କୁ ଅଧିନାୟକ କରିଛି ପାକିସ୍ତାନ । ତେଣୁ କ୍ରିଷ୍ଟନଙ୍କ ରେକର୍ଡ ଅନୁସାରେ, ଆଗାମୀ ବିଶ୍ୱକପରେ ପାକିସ୍ତାନ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.