fbpx

ବସ୍ ଓଲଟି ୧୦ ଆହତ

ମହାକାଳପଡ଼ା, ୨ା୩ (ଓଡିଶା ଭାସ୍କର): କେନ୍ଦ୍ରାପଡ଼ାରେ ଏକ ବସ୍ ଓଲଟି ପଡ଼ିବା ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ବସଟି କଟକ ଆସୁଥିବା ସମୟରେ ମହାକାଳପଡ଼ାର ଓରତ-ଅଙ୍ଗୁଳାଇ ରାସ୍ତାର କୁମ୍ଭାରୁଣୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୌରୀଶଙ୍କର ପ୍ରିନ୍ସ ନାମକ ଏହି ବସଟି କେନ୍ଦ୍ରାପଡ଼ାର ବଢ଼ିଅରରୁ କଟକ ଯାଉଥିବା ଜଣାପଡ଼ିଛି । ଗୁରୁତରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.