fbpx

ଗ୍ୟାସ୍ ସମସ୍ୟାରୁ ତୁରନ୍ତ ମୁକ୍ତି ପାଇବା ପାଇଁ କରନ୍ତୁ ଏହିସବୁ ଟିପ୍ସ

ଗ୍ୟାସ୍ ସମସ୍ୟାକୁ କିଛି ଲୋକ ସାଧାରଣ ରୋଗ ବୋଲି ଭାବିଥାନ୍ତି, କିନ୍ତୁ ଏହା ଅଧିକାଂଶ ଲୋକଙ୍କୁ ବହୁତ ଅସୁବିଧାରେ ପକାଇଥାଏ । ବେଳେବେଳେ ଗ୍ୟାସ ଦ୍ୱାରା ଶରୀରରେ ଏତେମାତ୍ରାରେ ଯନ୍ତ୍ରଣା ହୋଇଥାଏ ଯେ ତାକୁ ସହନ କରିବା ଅସମ୍ଭବ ହୋଇଥାଏ । ତେଣୁ ଏହାକୁ ଅଣଦେଖା କରିବା ଅନୁଚିତ୍ । ଆସନ୍ତୁ ଜାଣିବା କିଛି ଉପାୟ ଯାହାଦ୍ୱାରା ଗ୍ୟାସ୍ ସମସ୍ୟାକୁ ଦୂର କରାଯାଇ ପାରିବ ।

– ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣମାନେ ହରଡ଼ ଓ ମହୁ ମିଶାଇ ସେବନ କରିପାରିବେ । ହରଡ଼ ଗୁଣ୍ଡ ସହ ମହୁ ମିଶାଇ ଖାଇବା ଅଧିକ ଲାଭଦାୟକ ହୋଇଥାଏ ।

– ଅଦା ସେବନ କରିବା ଗ୍ୟାସ ସମସ୍ୟାକୁ ଦୂର କରିଥାଏ । ଏଥିପାଇଁ ଆପଣ ଅଦାକୁ ଛୋଟ ଛୋଟ ଖଣ୍ଡ କରି ଭୋଜନ ସହିତ ଖାଇବା ଉଚିତ । ଅଦାକୁ ପତଳା ପତଳା କରି କାଟି ସେଥିରେ କଳା ଲୁଣ ଓ ଲେମ୍ବୁ ମିଶାଇ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

– ଏହାବ୍ୟତୀତ କଳା ଲୁଣ ଓ ଜିରା ଖାଇବା ମଧ୍ୟ ବେନିଫିଟ ହୋଇଥାଏ । ଏଥିସହ ଲାଲ ଟମାଟର ସହ ଲୁଣ ମିଶାଇ ଖାଇଲେ ଗ୍ୟାସରୁ ମୁକ୍ତି ମିଳିଥାଏ । ନଡ଼ିଆ ପାଣି ପିଇବା ମଧ୍ୟ ଗ୍ୟାସ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।

– ଏକ ଗ୍ଲାସ ପାଣିରେ ଏକ ଚାମଚ ବେକିଂ ସୋଡ଼ା, ଲେମ୍ବୁ ରସ, ଜିରା ପାଉଡର ଓ କଳା ଲୁଣ ମିଶାଇ ପିଇଲେ ଗ୍ୟାସରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.