fbpx

ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା, ୧୦ ଆହତ

ଭୁବନେଶ୍ୱର:ପୁରୀ ଶ୍ରୀମନ୍ଦିରରେ ଆଜି ସକାଳେ ମଙ୍ଗଳ ଆଳତି ସମୟରେ ପୁଣି ଅଘଟଣ ଘଟିଯାଇଛି । ଏହି ସମୟରେ ଭିଡ ଅଧିକ ଥିବାରୁ ଠେଲାପେଲାରେ ୧୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସମସ୍ତ ଆହତ ଶ୍ରଦ୍ଧାଳୁଙ୍କୁ ପୁରୀ ବଡ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି ।

ଆଜି ମଙ୍ଗଳ ଆଳତି ସମୟରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହୋଇଥିଲା । ଫଳରେ ଶ୍ରଦ୍ଧାଳୁମାନେ ଧାଡିରେ ଛିଡା ହୋଇଥିବା ବେଳେ ଅଣନିଃଶ୍ୱାସୀ ହୋଇପଡିଥିଲେ । ସାତପାହାଚ ଓ ଘଣ୍ଟିଦ୍ୱାର ନିକଟରେ ପ୍ରବଳ ଭିଡରୁ ଏହିିପରି ପରିସ୍ଥିତି ଉପୁଜିଥିଲା । ଏଥିରେ ୧୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀ ଆହତ ହୋଇଥିଲେ । ବହୁ ଶ୍ରଦ୍ଧାଳୁଙ୍କ ଗୋଡରେ ଆଘାତ ଲାଗିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.