fbpx

ଯବାନଙ୍କ ପାଇଁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଦିଲ୍ଲୀ ହିଂସାରେ ବିଏସଏଫ୍ ଯବାନଙ୍କ ଘର ଜାଳି ଦିଆଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସଏଫ୍ କନେଷ୍ଟବଳ ମହମ୍ମଦ ଅନିସଙ୍କ ସହ କଥା ହୋଇ ଗଭୀର ସମବେଦନା ଜଣାଇଛନ୍ତି ନବୀନ । ଏହା ସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅନିସଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ନବୀନ ଘୋଷଣା କରିଛନ୍ତି ।

ତେବେ ଅନିସ ବର୍ତ୍ତମାନ ଓଡିଶାର ମାଓ ପ୍ରଭାବିତ ଅଞ୍ଚଳ ମାଲାକାନଗିରିରେ ୯ମ ବାଟାଲିୟନ ଭାବେ କାର୍ଯ୍ୟରତ ଅଛନ୍ତି । ଗତ ୨୫ ତାରିଖରେ ଦିଲ୍ଲୀର ଖଜୁରୀଖାସ ହିଂସାକାଣ୍ଡରେ କେତେକ ଦୁବୃର୍ତ୍ତ ତାଙ୍କ ଘରେ ପଶି ନିଆଁ ଲଗାଇଦେଇଥିଲେ । ଏଥିରେ ଅନିସଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା ।

Get real time updates directly on you device, subscribe now.