ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମାଙ୍କୁ ଆଜି ନୂଆ ଦାୟିତ୍ୱ ମିଳିଛି । କ୍ୟାବିନେଟ୍ ରାଙ୍କ ସହ ସଞ୍ଜୟଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାୟିତ୍ୱ ମିଳିବା ପରେ ସଞ୍ଜୟ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ମୋ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ନିଯୁକ୍ତି ମିଳିବା ପୂର୍ବରୁ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରିଥିଲି । ରାଜ୍ୟ ଯୋଜନା ବୋର୍ଡ ନା ରାଜ୍ୟସଭା ପାଇଁ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋତେ ପଚାରି ବୁଝିଥିଲେ ।’
Uttarakhand Govt.
ଯୋଜନା ବୋର୍ଡ ସହ ଦଳୀୟ ସଙ୍ଗଠନ ପାଇଁ କାମ କରିବାକୁ ଇଛା ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ସଞ୍ଜୟ ଉତ୍ତର ଦେଇଥିଲେ । ତେବେ ଯୋଜନାର ସଫଳ ରୂପାୟନ ଓ ସମନ୍ୱୟକୁ ଗୁରୁତ୍ୱ ଦେବି ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

