ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୫.୮୭ ଟିକା ଡୋଜ୍ ପଠାଯାଇ ସାରିଛି । ଆସନ୍ତା ୩ ଦିନ ମଧ୍ୟରେ ଆଉ ୧୦ ଲକ୍ଷ ଡୋଜ୍ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପଠାଯିବ । ଏ ସମ୍ପର୍କରେ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ୧,୧୨,୪୧,୧୮୭ କରୋନା ଟିକାର ଡୋଜ୍ ଉପଲବ୍ଧ ରହିଛି । ପାଇପ ଲାଇନରେ ଆଉ ୧୦,୮୭,୩୦୦ ଡୋଜ୍ ରହିଛି । ଏଗୁଡ଼ିକୁ ୩ ଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପଠାଯିବ । ଏବେ ଟିକାର କୌଣସି ଅଭାବ ନାହିଁ । କିନ୍ତୁ ରାଜ୍ୟ ସରକାରମାନେ ଟିକାର ଅପଚୟ ଉପରେ ଦୃଷ୍ଟି ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି ।