fbpx
BJD SKY
BJD SKY

NCRBର ଚାଞ୍ଚଲ୍ୟକର ରିପୋର୍ଟ: ଗତ ୩ ବର୍ଷରେ ଦେଶରୁ ନିଖୋଜ ହୋଇଛନ୍ତି ୧୦ ଲକ୍ଷରୁ ଅଧିକ ମହିଳା

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ରିପୋର୍ଟରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଦେଶରେ ଗତ ୩ ବର୍ଷରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି । ଗତ ୨୦୨୧ ମସିହାରେ ୩.୭୫ ଲକ୍ଷରୁ ଅଧିକ ମହିଳା ନିଖୋଜ ହୋଇଥିବା ବେଳେ ସେମାନଙ୍କର ବୟସ ୧୮ ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି ।

୨୦୧୯ରୁ ୨୦୨୧ ମଧ୍ୟରେ ସାରା ଦେଶରୁ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ ଥିବା ରିପୋର୍ଟରୁ ଜଣାପଡ଼ିଛି । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଦୁଇ ରାଜ୍ୟରୁ ଅଧିକ ସଂଖ୍ୟକ ମହିଳା ଓ ଯୁବତୀ ନିଖୋଜ ଥିବା ଜଣାପଡ଼ିଛି । ୩ ବର୍ଷରେ ମୋଟ ୧୦,୬୧,୬୪୮ ଜଣ ମହିଳା ନିଖୋଜ ରହିଥିବା କୁହାଯାଇଛି । ମଧ୍ୟପ୍ରଦେଶରୁ ୫୧,୧୧୯ ଜଣ ମହିଳା ୨୦୧୯ରେ, ୫୫,୩୫୭ ଜଣ ୨୦୨୦ରେ ଓ ୫୫,୭୦୪ ଜଣ ୨୦୨୧ରେ ନିଖୋଜ ହୋଇଛନ୍ତି ।

ସେହିପରି ମହାରାଷ୍ଟ୍ରରେ ୬୩,୧୬୭ ଜଣ ୨୦୧୯ରେ, ୫୮,୭୩୫ ଜଣ ୨୦୨୦ରେ ଓ ୫୬,୪୯୮ ଜଣ ୨୦୨୧ରେ ନିଖୋଜ ହୋଇଛନ୍ତି । ୧୮ ବର୍ଷରୁ ବୟସର ମୋଟ ୯୦,୧୧୩ ଜଣ ନାବାଳିକା ୨୦୨୧ରେ ନିଖୋଜ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ସର୍ବାଧିକ ୧୩,୨୭୮ ଜଣ ରହିଛନ୍ତି । ୩ ବର୍ଷ ମଧ୍ୟରେ ୨,୫୧,୪୩୦ ଜଣ ଝିଅ ନିଖୋଜ ହୋଇଛନ୍ତି । ଯୌନ ଅପରାଧକୁ ରୋକିବା ପାଇଁ କେନ୍ଦ୍ର ସରକାର କ୍ରାଇମବ୍ରାଞ୍ଚ ଆଇନ (ସଂଶୋଧନ) ଅଧିନିୟମ, ୨୦୧୩ ଲାଗୁ କରିବା ସହିତ ମହିଳାଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.