fbpx

‘ଷ୍ଟାର ଚିହ୍ନ’ ଥିବା ୫୦୦ ଟଙ୍କିଆ ନୋଟ ଅସଲି କି ନକଲି: ୟୁଜର୍ସଙ୍କ ଅପିଲ ପରେ RBI ଜାରି କଲା ବୟାନ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ୨୦୦୦ ଟଙ୍କିଆ ନୋଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ । ତେବେ ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୁଣି ଏକ ବୟାନ ଜାରି ରହିଛି । ୫୦୦ ଟଙ୍କିଆ ‘ତାରକା ଚିହ୍ନିତ ନୋଟ’କୁ ନେଇ ଆରବିଆଇ ଏକ ସୂଚନା ପ୍ରଦାନ କରିଛି । ଏହି ନୋଟର ବୈଧତାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଆଶଙ୍କାକୁ ଦୂର କରିବା ପାଇଁ ଆରବିଆଇ ଏହି ସୂଚନା ଜାରି କରିଛି ।

ଆରବିଆଇ ପକ୍ଷରୁ କୁହାଯାଇଛି, ଏହି ଷ୍ଟାର ଚିହ୍ନିତ ନୋଟ ଅନ୍ୟ ନୋଟ ପରି ବୈଧ ଅଟେ । ଦ୍ୱିତୀୟ ଥର ପାଇଁ ପ୍ରିଣ୍ଟ କରାଯାଇଥିବା ନୋଟ ବଦଳରେ ଏହାକୁ ଜାରି କରାଯାଇଥିବା ଏହି ଷ୍ଟାର ଚିହ୍ନ ଦର୍ଶାଉଛି । ନୋଟର ନମ୍ବର ପ୍ୟାନେଲରେ ଷ୍ଟାର ଚିହ୍ନ ରହିଥିବାରୁ ଏହାର ବୈଧତାକୁ ନେଇ କିଛି ସୋସିଆଲ ମିଡ଼ିଆ ପୋଷ୍ଟରେ ଆଶଙ୍କା ଜାହିର କରାଯାଇଥିଲା । ନୋଟର ନମ୍ବର ଓ ତା’ ପୂର୍ବରୁ ରହିଥିବା ଅକ୍ଷର ମଧ୍ୟରେ ଏହି ଚିହ୍ନକୁ ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, ନିକଟରେ ୫୦୦ ଟଙ୍କିଆ ନୋଟକୁ ନେଇ ଏକ ପୋଷ୍ଟ ଦ୍ରୁତ ଭାବେ ଭାଇରାଲ ହେବାରେ ଲାଗିଥିଲା । ନୋଟର ସିରିୟଲ ନମ୍ବର ମଧ୍ୟରେ ରହିଥିବା ଷ୍ଟାର ଚିହ୍ନକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଥିଲା । ଏପରିକି ମାର୍କେଟକୁ ଆସିଥିବା ଏହି ନୋଟ ନକଲି ବୋଲି ମଧ୍ୟ ଅନେକ କହିଥିଲେ । କିଛି ବ୍ୟାଙ୍କ ଏହି ନୋଟ ନେବାକୁ ମନା କରିଦେଇଥିବା ନେଇ କିଛି ୟୁଜର୍ସ ଦାବି କରିଥିଲେ । ଏଥିସହିତ ଏହି ନକଲି ନୋଟକୁ ନେଇ ସଚେତନ ରହିବାକୁ ଉକ୍ତ ୟୁଜର୍ସ ସମସ୍ତଙ୍କୁ ଅପିଲ କରିଥିଲେ । ନୋଟବନ୍ଦୀ ପରେ ୨୦୧୬ ମସିହା ଡିସେମ୍ବର ମାସରେ ଆରବିଆଇ ଏହି ନୋଟକୁ ଜାରି କରିଥିଲା । ସେହି ସମୟରେ ଆରବିଆଇ ଷ୍ଟାର ଚିହ୍ନିତ କିଛି ୫୦୦ ଟଙ୍କିଆ ନୋଟ ଆରମ୍ଭ କରିଥିଲା ।

Get real time updates directly on you device, subscribe now.