fbpx
BJD SKY
BJD SKY

(Video) ପ୍ରଚଣ୍ଡ ବେଗରେ ହଠାତ୍ ମାଡ଼ି ଆସିଲା ପବନ: ୫ ଜଣ ଛୁଆ ଥିବା କାର ଉପରେ ପଡ଼ିଲା ଏକ ବିଶାଳ ଗଛ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାରବୈଶାଖୀ କାରଣରୁ ରାଜ୍ୟରେ ଆହୁରି ଦୁଇଦିନ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୪୮ ଘଣ୍ଟା ପାଇଁ ୧୧ଟି ଜିଲ୍ଲାକୁ ରେଡ୍ ଆଲର୍ଟ କରାଯାଇଛି । ତେବେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଅଘଟଣ । କାଳବୈଶାଖୀ ପ୍ରଭାବରେ ହଠାତ୍ ପ୍ରବଳ ବେଗରେ ପବନ ମାଡ଼ିଆସିଲା ଆଉ ଗୋଟିଏ କାର ଉପରେ ଏକ ବିଶାଳକାୟ ଗଛ ପଡ଼ିଗଲା । ଏହାପରେ କାର ଭିତରୁ ଆର୍ତ୍ତ ଚିକ୍ରାର ଶୁଣିବାକୁ ମିଳିଥିଲା ।

ପରିସ୍ଥିତି ଏପରି ହୋଇଥିଲା ଯେ କାରଟି ଏକ ବଡ଼ ଗଛ ତଳେ ପୂରା ଚାପି ହୋଇଯାଇଥିଲା । କଟକ ଜିଲ୍ଲାର ଗୋଡ଼ିସାହି ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଭୟଭୀତ ମଧ୍ୟ ଲାଗିଥାଏ । ଏତେବଡ଼ ଗଛ ଏକ କାରକୁ ଚାପିଦେବା ଫଳରେ ଗାଡ଼ି ଭିତରେ ଥିବା ଛୁଆମାନଙ୍କର ଅବସ୍ଥା କ’ଣ ହେଉଥିବ? ବୁଧବାର ଅପରାହ୍ଣରେ କାଳବୈଶାଖୀ ବର୍ଷା ଆରମ୍ଭ ହେବା ପରେ ସମସ୍ତେ କାର ଭିତରକୁ ଚାଲିଯାଇଥିଲେ । ତେବେ ପବନର ବେଗ ବଢ଼ିବା କାରଣରୁ ଅଚାନକ ଗଛଟି ଭାଙ୍ଗି କାର ଉପରେ ନଦି ହୋଇପଡ଼ିଥିଲା । ଏହି ଘଟଣାରେ ଜଣେ ମହିଳା ଗୁରୁତର ହେବା ସହିତ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି । ପରେ ଗଛକୁ କଟାଯାଇ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା ।

ଖବର ମୁତାବକ, ଗୋଟିଏ ପରିବାରର ସଦସ୍ୟମାନେ ଗୋଡ଼ି ସାହି କେନାଲକୁ ଦଶ ଖଟିବା ପାଇଁ ଯାଇଥିଲେ । ମାତ୍ର ଅଚାନକ ବର୍ଷା ଆରମ୍ଭ ହେବାରୁ ସେମାନେ ସମସ୍ତେ କାର ଭିତରକୁ ପଶିଯାଇଥିଲେ । ମାତ୍ର ବେଳକୁ ବେଳ ଅଧିକ ପବନ ହେବାରୁ ଅଚାନକ ଏକ ବଡ଼ ଗଛ ଉକ୍ତ କାର ଉପରେ ପଡ଼ିଯାଇଥିଲା । ଫଳରେ ସମସ୍ତେ କାର ଭିତରେ ଚାପି ହୋଇ ରହିଯାଇଥିଲେ । ଏହାପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଏହି ଘଟଣାରେ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ୫ ଜଣ ଛୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Get real time updates directly on you device, subscribe now.