fbpx
BJD SKY
BJD SKY

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମତଦାନ ସମୟରେ ୧ ଘଣ୍ଟା ବୃଦ୍ଧି, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ

BJD

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏଥିମଧ୍ୟରେ ଦେଶରେ ଜାରି ରହିଥିବା ଗ୍ରୀଷ୍ମ ଲହରୀ ଯୋଗୁଁ ସାଧାରଣଜନତା ନିାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଗକୁ ବାକି ଥିବା ମତଦାନ ଏବଂ ଭୋଟରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମତଦାନ ସମୟରେ ପରିବର୍ତ୍ତନ କରିବା ନେଇ ଗୁରୁବାର ତେଲେଙ୍ଗାନା ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଏନେଇ କଂଗ୍ରେସ ନିର୍ବାଚନ ଆୟୋଗ ନିକଟରେ ନିବେଦନ କରିଥିଲା ।

ସୂଚନାରୁ ପ୍ରକାଶ ଆସନ୍ତା ମେ ୧୩ରେ ତେଲେଙ୍ଗାନାରେ ୧୭ଟି ଲୋକସଭା ଅସନ ପାଇଁ ମତଦାନ ହେବ । ଗ୍ରୀଷ୍ମ ପ୍ରବାହ କାରଣରୁ ଭୋଟରଙ୍କୁ ଅସୁବିଧା ହୋଇପାରେ ତେଣୁ ରାଜ୍ୟରେ ମତଦାନ ସମୟକୁ ନେଇ ପରିବର୍ତ୍ତନ କରାଯାଇଛି । ଏନେଇ ୨ ଦିନ ପୂର୍ବରୁ ତେଲେଙ୍ଗାନାର ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ଉପାଧ୍ୟକ୍ଷ ଜି. ନିରଞ୍ଜନ ଚିଠି ମାଧ୍ୟମରେ ନିର୍ବାଚନ ଆୟୋଗଙ୍କ ନିକଟରେ ନିବେଦନ କରିଥିଲେ । ଅତିକମରେ ମତଦାନ ସମୟକୁ ୧ ଘଣ୍ଟା ବୃଦ୍ଧି କରାଯାଉ ବୋଲି ଏହି ପତ୍ର ମାଧ୍ୟମରେ ସେ ଦାବି କରିଥିଲେ । ପୂର୍ବରୁ ରାଜ୍ୟରେ ମତଦାନ ସମୟ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଥିଲା । ବର୍ତ୍ତମାନ ନୂଆ ସମୟ ଅନୁଯାୟୀ ସକାଳ ୭ଟାରୁ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ ମତଦାନ ହେବ । ତେବେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ କେବଳ ୫ଟି ନିର୍ବାଚନ ମଣ୍ଡଳୀ ଯଥା ଆଦିଲାବାଦ୍ ଲୋକସଭା ଆସନ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ, ପେଦ୍ଦାପଲ୍ଲେ ଆସନର ୩ଟି, ୱାରଙ୍ଗଲ(ଏସସି) ଆସନର ୬ଟି, ମହବୁବାବାଦ(ଏସଟି) ଆସନର ୩ଟି ଏବଂ ଖମ୍ମମରେ ଲୋକସଭା ଆସନ ଅନ୍ତର୍ଗତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଲାଗୁ ହେବ । ଅପରପକ୍ଷରେ ଆଇଏମଡି ପକ୍ଷରୁ ମେ ୪ରୁ ରାଜ୍ୟରେ ଗମ୍ଭୀର ଲୁ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

Get real time updates directly on you device, subscribe now.