fbpx
BJD SKY
BJD SKY

(Video) ‘ପାଇକ ପୁଅର କାମ ହେଉଛି ସମସ୍ତଙ୍କୁ ସୁରକ୍ଷିତ ରଖିବା’, ଆହତ ବୃଦ୍ଧଙ୍କୁ ନିଜ ଗାଡିରେ ମେଡିକାଲ ପଠାଇଲେ ମନ୍ମଥ

BJD

ଭୁବନେଶ୍ୱର: ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଆଜି ନିଜର ମାନବିକତା ପ୍ରଦର୍ଶନ କରିଛନ୍ତି । ସେ ଆଜି ସକାଳୁ ମାରାଥନ ଷ୍ଟାଇଲରେ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ଏକ ଦୁର୍ଘଟଣାରେ ବୃଦ୍ଧାଙ୍କୁ ସହାୟତା କରିଛନ୍ତି । ସେଠାରୁ ସେ ବୃଦ୍ଧ ବ୍ୟକ୍ତିଙ୍କୁ ନିଜ ପ୍ରଚାର ଗାଡ଼ିରେ ହସ୍ପିଟାଲ ପଠାଇଛନ୍ତି ।

ତମାଣ୍ଡୁ ଛକରେ ଏହି ଦୁର୍ଘଟଣାଟି ଘଟିଥିଲା । ଏହାକୁ ଦେଖିବା ମାତ୍ରେ ମନ୍ମଥ ରାଉତରାୟ ଦୌଡିବା ବନ୍ଦ କରି ଘଟଣାସ୍ଥଳରେ ପହଁଚିଥିଲେ । ସେଠାରେ ପହଁଚିବା ପରେ ସଙ୍ଗେ ସଙ୍ଗେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କର କିପରି ଚିକିତ୍ସା ହେବ ବୋଲି ସେ ତାଙ୍କ ପ୍ରଚାର ଗାଡ଼ିରେ ବୃଦ୍ଧାଙ୍କୁ ହସ୍ପିଟାଲ ପଠାଇଛନ୍ତି । ଏହାପରେ ତାଙ୍କ କର୍ମୀମାନେ ବୃଦ୍ଧଙ୍କୁ ନେଇ ହସ୍ପିଟାଲ ଯାଇଛନ୍ତି ।

ଏହି ଘଟଣା ପରେ ଆମ ପ୍ରତିନିଧି ମନ୍ମଥଙ୍କ ପ୍ରତିକ୍ରିୟା ନେଇଥିଲେ । ସେ କହିଛନ୍ତି ଯେ, ମାନବ ସେବା ହିଁ ମାଧବ ସେବା । ଯଦି ଆମ ଆଖି ଆଗରେ କିଏ ଅସୁବିଧାରେ ଥିବ ଆମେ ଆମ ସୁବିଧା ଦେଖିବା ତେବେ ଆମେ ଓଡିଆ ପାଇକ ବାସୀ ହୋଇ କଣ ଫାଇଦା ବୋଲି ସେ କହିଛନ୍ତି । ପାଇକ ପୁଅର କାମ ହେଉଛି ସମସ୍ତଙ୍କୁ ସୁରକ୍ଷିତ ରଖିବା ବୋଲି ମନ୍ମଥ କହିଛନ୍ତି ।

Get real time updates directly on you device, subscribe now.