fbpx
BJD SKY
BJD SKY

ଓଡିଶାରେ ଫଳୁଛି ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ, ଗୋଟିଏ କିଗ୍ରା ଆମ୍ବର ଦାମ୍ ୩ଲକ୍ଷ ଟଙ୍କା

BJD

ଭୁବନେଶ୍ୱର: ଯେତେବେଳେ ଦୁନିଆର ସବୁଠାରୁ ଦାମୀ ଆମ୍ବ କଥା ଆସେ ସେତେବେଳେ ‘ମିୟାଜାକି’ ଆମ୍ବର ନାମ ପ୍ରଥମେ ଆସେ । ଏହି ଆମ୍ବ ଜାପାନରେ ଚାଷ କରାଯାଏ । ଏହାର ସ୍ୱାଦ ଏବଂ ସୁଗନ୍ଧ ବିଶ୍ୱରେ ପରିଚିତ । ତେବେ ସବୁଠାରୁ ବଢକଥା ହେଉଛି ଏହାର ମୂଲ୍ୟ । ଏହା ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ । ଗୋଟିଏ କିଗ୍ରା ମିୟାଜାକି ଆମ୍ବର ମୂଲ୍ୟ ୨.୫ରୁ ୩ ଲକ୍ଷ ଟଙ୍କା । ବର୍ତ୍ତମାନ ଭରତରେ ମଧ୍ୟ କୃଷକମାନେ ଏହି ମିୟାଜାକି ଆମ୍ବ ଚାଷ କରିବା ଆରମ୍ଭ କରିଛନ୍ତି ।

ମଧ୍ୟପ୍ରଦେଶ ଏବଂ ଝାଡଖଣ୍ଡ ପରେ ଏବେ ଓଡିଶାରେ ମଧ୍ୟ ଏହି ଆମ୍ବ ଚାଷ ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲାର ଚାଷି ଭୋଇ ନିଜ ବଗିଚାରେ ଏହି ମୂଲ୍ୟବାନ ଆମ୍ବ ଚାଷ କରିଛନ୍ତି । ତେବେ ଚାଷି ଜଣଙ୍କ କହିଛନ୍ତି ଯେ ସେ ଦୁନିଆର ସବୁଠାରୁ ଦାମୀ ଆମ୍ବ ମିୟାଜାକି ଆମ୍ବ ଲଗାଇଛନ୍ତି ଏବଂ ଯାହାକୁ ଦେଖିବା ପାଇଁ ଅନେକ ଲୋକ ତାଙ୍କ ବଗିଚାକୁ ଆସୁଛନ୍ତି ।

ଚାଷି ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆମ୍ବ ସ୍ୱତନ୍ତ୍ର ସ୍ୱାଦ, ମିଠି ପାଇଁ ପରିଚିତ । ବିଶ୍ୱ ବଜାରରେ ଏହାର ମୂଲ୍ୟ ହେଉଛି ୨.୫ଲକ୍ଷରୁ ୩ ଲକ୍ଷ ଟଙ୍କା । ତାଙ୍କ କହିବା ଅନୁସାରେ ସେ ପୂର୍ବରୁ ବଗିଚାରେ ଅନେକ ପ୍ରକାରର ଆମ୍ବ ଲଗାଇଛନ୍ତି କିନ୍ତୁ ମିୟାଜାକି ଆମ୍ବ ବଗିଚା କରିବା ପାଇଁ ଇଚ୍ଛା କରିଥିଲେ । ଏଥିପାଇଁ ସେ ମିୟାଜାକି ଆମ୍ବର ମଞ୍ଜି ପାଇଁ ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରିଥିଲେ । ତେବେ ସେ ଏହାର ମଞ୍ଜି ପାଇବା ମାତ୍ରେ ନିଜ ବଗିଚାରେ ଲଗାଇ ଥିଲେ ।

ଅନ୍ୟପକ୍ଷେ ଜାପାନୀମାନଙ୍କ ଅନୁଯାୟୀ, ଦୁନିଆର ସବୁଠାରୁ ମହଙ୍ଗା ଆମ୍ବର ମୂଳ ନାମ ଦେଉଛି ‘ତାଇୟୋ ନୋ ତମାଗୋ’ । ଜାପାନର ମିୟାଜାକି ରାଜ୍ୟରେ ଏହା ଚାଷ କରାଯାଏ । ଏହି କାରଣରୁ ଏହାର ନାମ ମିୟାଜାକି ରଖାଯାଇଛି । ପ୍ରାୟତଃ ଧନୀ ଲୋକମାନେ ଏହାକୁ ଖାଇଥାନ୍ତି । ବଜାରରେ ଏହାର ଏତେ ଚାହିଦା ଯେ, ଏହି ଆମ୍ବ ବିକ୍ରି ହୁଏ ନାହିଁ ବରଂ ନିଲାମ କରାଯାଏ ।

Get real time updates directly on you device, subscribe now.