fbpx

ଦଶହରାରେ ୧୦ ଟି ଉପାୟ, ଯାହା ଆପଣଙ୍କ ଘରୁ ନକରାତ୍ମକତା ଦୂର କରିବ

Advertisement

ଓଡିଶା ଭାସ୍କର : ଦଶହରା ହିନ୍ଦୁ ଧର୍ମର ହେଉଥିବା ପୂଜାଗୁଡିକ ମଧ୍ୟରୁ ଏକ ମୁଖ୍ୟ ପୂଜା । ଚଳିତ ବର୍ଷ ଦଶହରା ୨୪ ଅକ୍ଟୋବରେ ପାଳନ କରାଯିବ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ, ଦଶହରା ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏବଂ କାଷ୍ଠ ବାଧା ସବୁ ଦୂର ହୋଇଥାଏ । ଧନ ଲାଭର ଯୋଗ ହୋଇଥାଏ, ଜାଣନ୍ତୁ ଏହି ଉପାୟ । ଦଶହରା ଦିନ ଶମୀ ବୃକ୍ଷର ପୂଜା କରନ୍ତୁ । ସୋରିଶ ତେଲର ଦୀପ ଲଗାନ୍ତୁ । ବ୍ରାହ୍ମଣ କିମ୍ବା ଅଭାବୀ ଲୋକଙ୍କୁ ଅନ୍ନ, ଜଳ, ଲୁଣ, ଚିନି, ଘିଅ, ବସ୍ତ୍ର, ଫଳ ଆଦି ଦାନ କରନ୍ତୁ । ଦଶହରା ଦିନ ହନୁମାନଙ୍କୁ ସିନ୍ଦୁର ଏବଂ ଶୁଦ୍ଧ ଘିଅ ଅର୍ପଣ କରନ୍ତୁ ।

ଏହା ଛଡା ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ ପାଠ କରନ୍ତୁ । ପରିବାରର ସବୁ ସଦସ୍ୟ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ହୋମ ହେଉଥିଲେ ଏହା ସହ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଦଶହରା ଦିନ ଘର ସଫା କରିବା ପରେ ଲୁଣ ପାଣିରେ ଘରକୁ ପୋଛନ୍ତୁ । ରାବଣ ଦହନ ପରେ ତାହାର ପାଉଁସ ଆଣି ଘରର ଆଲମାରୀରେ ରଖବା ଆବଶ୍ୟକ । ଏହା ଦ୍ୱାରା ଘରେ ସୁଖ ଶନ୍ତି ଆସିଥାଏ । ଦଶହରା ଦିନ ଅପରାଜିତା ଗଛର ପୂଜା କରିବା ଦ୍ୱାରା ଶତ୍ରୃତ ନାଶ ହୋଇଥାଏ । ନୂଆ ପୁରୁଣା ସବୁ ବାହନର ପୂଜା କରନ୍ତୁ । ଦୈନଦିନ ବ୍ୟବହାର କରୁଥିବା ସାମଗ୍ରୀକୁ ପୂଜା କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ଜୀବନରେ ସୁଖ ଶାନ୍ତି ଫେରି ଆସିବ । ଏକ ନଡିଆକୁ ନିଜ ମୁଣ୍ଡରେ ଲଗାଇ ରାବଣ ଦହନ ସମୟରେ ସେଥିରେ ପକାନ୍ତୁ । ଏହି ଉପାୟ କରିବା ଦ୍ୱାରା ଜୀବନର କଷ୍ଟ ଶେଷ ହୋଇଥାଏ ।

Get real time updates directly on you device, subscribe now.