fbpx
BSKY SKY
BSKY SKY

ସ୍କୁଲରେ ଅନୁପସ୍ଥିତ ହେବାରୁ ବହିଷ୍କୃତ ହେଲେ ୧୦ ଶିକ୍ଷକ;କାରଣ ଦର୍ଶାଅ ନୋଟିସ୍ ଜାରୀକଲେ ଡିଇଓ

BSKY

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବେନିୟମ ଭାବରେ ଦୀର୍ଘଦିନ ଧରି ସ୍କୁଲରେ ଅନୁପସ୍ଥିତ ରହୁଥିବା ୧୦ ଜଣ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ତେବେ ଡିଇଓ ଏହି ଶିକ୍ଷକ/ ଶକ୍ଷୟତ୍ରୀମାନଙ୍କୁ ବହିଷ୍କାର କରିଥିବା ଜଣାପଡିଛି । ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଲମ୍ବା ଛୁଟିରେ ଥିବା ଶିକ୍ଷକମାନଙ୍କ ତାଲିକା ମଗାଯାଇଥିଲା । ଯେଉଁଥିରେ ମାଲକାନଗିରିର ୧୦ ଜଣ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ନାଁ ସାମିଲ ଥିଲା । ତେବେ ଡିଅଓ ସେହି ଶିକ୍ଷକମାନଙ୍କୁ ଲମ୍ବାଛୁଟିର କାରଣ ସମ୍ପର୍କରେ ଉତ୍ତର ଦେବାପାଇଁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିଥିଲେ । ଏଥିସହିତ ୭ ଦିନ ଭିତରେ ଏହାର ଉତ୍ତର ରଖିବାକୁ କହିଥିଲେ । ତେବେ ନୋଟିସ୍ ସତ୍ତେ୍ୱ ଏହି ୧୦ ଶିକ୍ଷକ ଉତ୍ତର ଦେଇ ନପାରିବାରୁ ତାଙ୍କ ଉପରେ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବଂ ସେମାନଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।

ଏହା ପୂର୍ବରୁ ଡିସେମ୍ବର ୨୭ ତାରିଖ ୨୦୨୨ ମସିହାରେ ମଧ୍ୟ ନବରଙ୍ଗ ପୁର ଜିଲ୍ଲାର ୨୪ ଜଣ ଶିକ୍ଷକଙ୍କୁ ବହିଷ୍କାର କରାଯାଇଥିଲା । ତେବେ ନବରଙ୍ଗ ପୁର ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ଏହି ଶିକ୍ଷକମାନଙ୍କୁ ବହିଷ୍କୃତ କରିଥିଲେ । ତେବେ ଏହି ଶିକ୍ଷକମାନେ ବର୍ଷ ବର୍ଷ ଧରି ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିଲେ । ଫଳରେ ଜିଲ୍ଲାପାଳ ସେମାନଙ୍କୁ ଲମ୍ବା ସମୟ ଛୁଟି ନେବାର କାରଣ କମ୍ପର୍କ ଉତ୍ତର ଦେବାକୁ ନୋଟିସ୍ ଜାରୀ କରିଥିଲେ । ଯାହାର ଉତ୍ତର ନ ଦେବା ପରେ ଜିଲ୍ଲାପାଳ ତଥା ନିଯୁକ୍ତିଦାତା ୨୦୨୨ ଡିସେମ୍ବର, ୨୭ ତାରିଖ ଦିନ ୨୪ ଜଣ ଗଣଶିକ୍ଷକ, ଠିକା ଭିତ୍ତିକ କନିଷ୍ଠ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ବହିଷ୍କୃତ ନୋଟିସ୍‍ ସମ୍ପୃକ୍ତ ଶିକ୍ଷକମାନଙ୍କୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.