fbpx
BJD SKY
BJD SKY

ନାଟକ ନେଲା କାଳ: ଭଗତ ସିଂଙ୍କ ଭୂମିକାର ରିହର୍ସଲ କରୁଥିଲା ୧୦ ବର୍ଷର ଛାତ୍ର, ହଠାତ୍ ପାଦ ତଳୁ ଷ୍ଟୁଲ୍ ଖସିଗଲା, ଉଡ଼ିଗଲା ପ୍ରାଣ ବାୟୁ

BJD

ଲକ୍ଷ୍ନୌ: ଭଗତ ସିଂଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିଛି ଆଉ ରହିଥିବ । ତେଣୁ ତାଙ୍କୁ ମନେ ରଖିବା ପାଇଁ ଦେଶବ୍ୟାପୀ ସମ୍ମାନୀତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶରେ ଜଣେ ୧୦ ବର୍ଷର ଛାତ୍ର ଭଗତ ସିଂଙ୍କ ଭୂମିକାରେ ଅଭିନୟ କରିବା ପାଇଁ ରିହର୍ସଲ କରୁଥିଲେ । କିନ୍ତୁ ଏହି ନାଟକ ଯେ କାଳ ସାଜିମ ତାହା ସେ ଜାଣିନଥିଲେ । ରିହର୍ସଲ ବେଳେ ଗଳାରେ ଫାସ ଲଗାଇ ଭଗତ ସିଂଙ୍କ ଭଳି ଫାଶି ଦେବା ପାଇଁ ଯେତେବେଳେ ସେ ଷ୍ଟୁଲ ଉପରେ ଚଢ଼ିଥିଲେ, ସେତେବେଳେ ଷ୍ଟୁଲ୍ ଖସିଯିବାରୁ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବନ୍ଦାୟୁର ସିଭିଲ ଲାଇନ୍ ଅଞ୍ଚଳରେ । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁଯାୟୀ, କୁମ୍ବରଗାଓଁ ନିକଟସ୍ଥ ବାବଟ ଗାଁର ଶିବମ ଗତ ଗୁରୁବାର ଦିନ ଘରେ ଏକାଥିଲେ । ଏହାପେର ତାର ସାଙ୍ଗ ମାନେ ଆସିବା ପରେ ସେମାନେ ସମସ୍ତେ ମିଶି ଆଗାମୀ ସ୍ବାଧୀନତା ଦିବସରେ ନାଟକ ପାଇଁ ସର୍ଦ୍ଦାର ଭଗତ ସିଂହଙ୍କ ଭୂମିକା ପାଇଁ ପ୍ରସ୍ତୁତ ହେଉଥିଲେ । ନାଟକରେ ଭଗତ ସିଂଙ୍କ ଭୂମିକାରେ ଅଭିନୟ କରିଥାନ୍ତେ ଶିବମ । ରିହର୍ସଲ କରୁଥିବା ବେଳେ ତାଙ୍କ ମା ଏବଂ ବାପା ଉଭୟ ନିକଟସ୍ଥ ଜମିରେ କାମ କରୁଥିଲେ ।

ଏପଟେ ଘରେ ପିଲାମାନେ ନାଟକ ପରିବେଷଣ ପାଇଁ ପ୍ରସ୍ତୁତି ଚଳାଇଥିଲେ । ତେବେ ଶିବମ ଫାଶି ଲଗାଇ ଅଭ୍ୟାସ କରୁଥିବା ବେଳେ ହଠାତ ପାଦ ତଳୁ ଷ୍ଟୁଲଟି ଖସିଯାଇଥିଲା । ସାଙ୍ଗ ପିଲାମାନେ ଶିବମଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଶିବମକୁ ବଞ୍ଚାଇ ପାରିନଥିଲେ । ଉଦ୍ଧାର ପାଇଁ ଆଖପାଖରେ ଥିବା ଲୋକଙ୍କୁ ସେଠାରେ ଉପସ୍ଥିତ ଥିବା ପିଲା ମାନେ ଡାକିଥିଲେ । କିନ୍ତୁ ନିକଟରେ କେହି ଉପସ୍ଥିତ ନଥିଲେ । ଫଳରେ ସମସ୍ତଙ୍କ ସାମ୍ନାରେ ଶିବମର ମୃତ୍ୟୁ ହୋଇଥିଲା ।

ଏକଥା ଜାଣିବା ପରେ ଜମିରେ କାମ କରୁଥିବା ଶିବମଙ୍କ ମା-ବାପା ତୁରନ୍ତ ଘରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରିବା ବେଳକୁ ବିଳମ୍ବ ହୋଇଯାଇଥିଲା । ପରିବାର ଲୋକେ ପୋଲିସକୁ ଏ ବାବଦରେ କିଛି ନଜଣାଇ ଶିବମର ଅନ୍ତିମ ସତ୍କାର କରିଦେଇଥିଲେ । ବନ୍ଦାୟୁ ଥାନା ଅଧିକାରୀ ସଙ୍କଳ୍ପ ଶର୍ମା କହିଛନ୍ତି, ଘଟଣା ବାବଦରେ ତାଙ୍କୁ ସୂଚନା ମିଳିଛି । ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.