fbpx

ଆସନ୍ତାକାଲି ଅଲଗା ରଙ୍ଗର ଦେଖାଯିବ ଶନି, ପୃଥିବୀର ଖୁବ୍ ପାଖରେ ଦୃଶ୍ୟମାନ ହେବ ରହସ୍ୟମୟୀ ଗ୍ରହ

ନୂଆଦିଲ୍ଲୀ: ଆପଣ ମାନେ ଜାଣିଥିବେ ଯେ, ଶନି ଗ୍ରହର ରହସ୍ୟ ଲୋକମାନଙ୍କୁ ସର୍ବଦା ନିଜ ଆଡ଼କୁ ଆକର୍ଷିତ କରିଥାଏ । ଗ୍ରହ ସମ୍ପର୍କରେ ଜାଣିବାକୁ ଚାହୁଁଥିବା ବ୍ୟକ୍ତି ମାନେ ଶନି ଗ୍ରହ ବିଷୟରେ ବିଭିନ୍ନ ତଥ୍ୟ ଖୋଜିଥାନ୍ତି । ତେବେ ଚଳିତ ଥର ପୁଣି ଏଥିରେ କିଛି ଅଲଗା ହେବାକୁ ଯାଉଛନ୍ତି । ଆଷ୍ଟ୍ରୋନୋମୀ ୱେବ୍ ସାଇଟ୍ ରେ ଦିଆଯାଇଥିବା ତଥ୍ୟ ମୁତାବକ, ପୁଣି ଥରେ ଶନି ଆକାଶରେ ନିଜର ଝଲକ ଦେଖାଇବାକୁ ଯାଉଛି । ବର୍ଷକୁ ଥରେ ହେଉଥିବା ଜାଗତିକ ଘଟଣା ମାନଙ୍କ ମଧ୍ୟରେ ଶନି ଗ୍ରହରେ ହେବାକୁ ଯାଉଛି ଆଉ ଏକ ଘଟଣା । ତାହା ହେଉଛି ଶନି ଗ୍ରହ ନିଜର ରଙ୍ଗ ପରିବର୍ତ୍ତନ କରିବାକୁ ଯାଉଛି ଏବଂ ପୃଥିବୀର ଖୁବ୍ ପାଖକୁ ଆସିବାକୁ ଯାଉଛି । ଏହି ଘଟଣା ବର୍ଷରେ କେବଳ ଥରେ ମାତ୍ର ହୋଇଥାଏ ।

ବୈଜ୍ଞାନିକ ମାନେ ଏହି ଘଟଣାକୁ ଅପୋଜିସନ୍ ବୋଲି କୁହନ୍ତି । ଏଥିରେ ସୂର୍ଯ୍ୟ, ପୃଥିବୀ ଏବଂ ଶନି ସରଳରେଖାରେ ଅବସ୍ଥାନ କରନ୍ତି । ଏହି ଘଟଣାକୁ ଟେଲିସ୍କୋପରେ ଦେଖାଯାଇପାରିବ । ଅଗଷ୍ଟ ୧ ତାରିଖରେ ଏହା ଆରମ୍ଭ ହୋଇ ୨ ତାରିଖ ୧୧ଟା ୩୦ ପର୍ଯ୍ୟନ୍ତ ରହିବ । ଅଗଷ୍ଟ ୧ ରେ ସୂର୍ୟ୍ୟାସ୍ତ ପରେ ଶୁକ୍ର ମଧ୍ୟ ପଶ୍ଚିମରେ ସ୍ଥାପିତ ହେବ । ଏହା ପରେ ବୃହସ୍ପତି ଆକାଶର ଉଜ୍ଜ୍ୱଳ ଗ୍ରହ ହୋଇ ରହିବ ଏବଂ ଶନିଙ୍କ ସ୍ଥିତି ବୃହସ୍ପତିର ପଶ୍ଚିମ ଦିଗରେ ରହିବ । ଏହି ସମୟ ମଧ୍ୟରେ ଆକାଶରେ ଘଟିବ ମହାଜାଗତିକ ଘଟଣା । ଯଦିଓ ଏହା ଦେଖିବାରେ ପାଣିପାଗ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିପାରିବ । ଏହାର କାରଣ ହେଉଛି ମେଘ ଏବଂ ବର୍ଷା ହେତୁ ସ୍ୱଚ୍ଛ ଆକାଶର ଆଶା ବହୁତ କମ୍ ଅଟେ ।

Get real time updates directly on you device, subscribe now.