fbpx

ପଟିଆଲା ମେଡିକାଲ କଲେଜରେ ୧୦୦ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

ହରିୟାଣା: ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି କୋଭିଡ୍ ସଂକ୍ରମଣ । ତାଉପରେ ପୁଣି ନୂତନ ଭାରିଆଣ୍ଟ ଓମିକ୍ରନ ସାରା ଦେଶର ଚିନ୍ତାକୁ ଦୁଇଗୁଣ କରିଦେଇଛି । ଏପରି ପରିସ୍ଥିତିରେ ବାରମ୍ବାର କେନ୍ଦ୍ର ସରକାର ଓ ରାଜ ସରକାର କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି । ତେବେ ଏହା ମଧ୍ୟରେ ପଟିଆଲା ମେଡିକାଲ କଲେଜ୍ ର ଏକାବେଳକେ ୧୦୦ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ କ୍ୟାବିନେଟ୍ ମନ୍ତ୍ରୀ ରାଜ୍ କୁମାର ଭର୍କା ସୂଚନା ଦେଇଛନ୍ତି । ଏତେ ସଂଖ୍ୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାପରେ କଲେଜ୍ ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି ।

Get real time updates directly on you device, subscribe now.