fbpx

ଓଡ଼ିଶାରେ କୋଭିଡ ନିୟମ ଅନୁସାରେ ହେବ ୧୦ମ ଓ ଦ୍ୱାଦଶ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୀନରେ ବ୍ୟାପୁଥିବା କରୋନାର ନୂଆ ଭାରିଆଣ୍ଟ ବିଏଫ୍.୭କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯାହାଫଳରେ କୋଭିଡ ନିୟମ ମାନିବାକୁ ଗାଇଡଲାଇନ୍ ଜାରି ହୋଇଛି । ଏହାରି ମଧ୍ୟରେ ପିଲାଙ୍କ ପରୀକ୍ଷାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା, ଯାହାକୁ ନେଇ ବଡ଼ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମନ୍ତ୍ରୀ ଆଜି କହିଛନ୍ତି ଯେ, କୋଭିଡ ଗାଇଡଲାଇନ୍ ଅନୁଯାୟୀ ୧୦ମ ଓ ଦ୍ୱାଦଶ ପରୀକ୍ଷା ହେବ । ଅନ୍ୟ ଦେଶରେ କୋଭିଡ ବଢ଼ୁଥିବାରୁ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ଦେଶରେ କୋଭିଡ ବ୍ୟାପୁଥିବାରୁ ପିଲାମାନେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକ ମାନିବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.