fbpx

ମାଟ୍ରିକ ପରୀକ୍ଷା ଶେଷ, ୧୮ରୁ ଖାତା ଦେଖା ଆରମ୍ଭ

କଟକ, ୨ା୩(ଓଡ଼ିଶା ଭାସ୍କର): ଆଜି ରାଜ୍ୟରେ ଶେଷ ହୋଇଛି ମାଟ୍ରିକ ପରୀକ୍ଷା । ଆସନ୍ତା ମାର୍ଚ୍ଚ ୧୮ତାରିଖରୁ ଖାତା ଦେଖା ଆରମ୍ଭ ହେବ । ୨୦ଦିନ ଧରି ଚାଲିବ ଏହି ଖାତାଦେଖା ପ୍ରକ୍ରିୟା । ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ । ୧୫ହଜାରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଖାତାଦେଖାରେ ସାମିଲ ହେବା ନେଇ ସୂଚନା ରହିଛି ।

ପରୀକ୍ଷା ଆଜି ସରିବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ରାମାଶିଷ ହାଜରା ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଚଳିତବର୍ଷ ଶାନ୍ତଶୃଙ୍ଖଳାର ସହ ମାଟ୍ରିକ ପରୀକ୍ଷା ସମ୍ପନ୍ନ ହୋଇଛି । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ପୋଲିସ ଏବଂ ପ୍ରଶାସନକୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ଗତ ୧୯ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୫ଲକ୍ଷ ୬୦ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୨୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାସହ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ଡ଼ିଜିଟାଲ ଲକ୍ ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଓ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Get real time updates directly on you device, subscribe now.