fbpx
BJD SKY
BJD SKY

BIG BREAKING…. ଅକ୍ଟୋବର ୪ ତାରିଖରୁ ଦଶମ ପିଲାଙ୍କର ଷାଣ୍ମାସିକ ପରୀକ୍ଷା: ବୋର୍ଡ ଦେଲା ସୂଚନା

BJD

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ଦିନ ୧୦ଟାରୁ ୧୨.୩୦ ପ୍ରଥମ ଏବଂ ୧.୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପ୍ରଥମ ଦିନ ଅର୍ଥାତ୍ ୪ ତାରିଖରେ ପ୍ରଥମ ସିଟିଂରେ ଓଡ଼ିଆ, ଦ୍ୱିତୀୟ ସିଟିଂରେ ଇଂରାଜୀ ବିଷୟର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେିପରି ୫ ତାରିଖରେ ଗଣିତ, ୬ରେ ବିଜ୍ଞାନ ଏବଂ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ । ୭ ତାରିଖରେ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ବିଷୟରେ ପରୀକ୍ଷା ଦେବେ ଦର୍ଶମ ଶ୍ରେଣୀର ଛାତ୍ରଛାତ୍ରୀ ।

Get real time updates directly on you device, subscribe now.