fbpx
BSKY SKY
BSKY SKY

ଡଲାର ତୁଳନାରେ ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା ଭାରତୀୟ ଟଙ୍କା

BSKY

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ଟଙ୍କା ଖସି ଚାଲିଛି । ଗୁରୁବାର ୭ ସେପ୍ଟେମ୍ବର ୨୦୨୩ କରେନ୍ସି ମାର୍କେଟ୍‌ରେ ଏକ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୩.୨୨ ରେ ପହଞ୍ଚିଛି । ଚଳିତ ସପ୍ତାହରେ ଲଗାତାର ଚତୁର୍ଥ ଦିନ ପାଇଁ ଡଲାର ତୁଳନାରେ ହ୍ରାସ ପାଇଛି ଟଙ୍କା । ଆମେରୀକିୟ ଡଲାର ମଜବୁତ୍ ହେବା ସହିତ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି କାରଣରୁ ଟଙ୍କାର ଏହି ଐତିହାସିକ ହ୍ରାସ ଦେଖିବାକୁ ମିଳିଛି ।

ଗୁରୁବାର ଦିନ ଟଙ୍କା ଏକ ଡଲାର ତୁଳନାରେ ୮୩.୧୨ ସ୍ତରରେ କାରବାର ଆରମ୍ଭ କରି ୧୦ ପଇସା ହ୍ରାସ ସହିତ ୮୩.୨୨ ଟଙ୍କାରେ ବନ୍ଦ ହୋଇଯାଇଥିଲା । ପ୍ରଥମ ଥର ପାଇଁ ଏହି ସ୍ତରରେ ଟଙ୍କା ବନ୍ଦ ହୋଇଯାଇଥିଲା, ଯଦିଓ ଗତ ବର୍ଷ ଅକ୍ଟୋବର ୨୦୨୨ ରେ ଟଙ୍କା ୮୩.୨୯ ସ୍ତରକୁ ଖସି ଆସିଥିଲା । ମୁଦ୍ରା ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ଷ୍ଟକ୍ ମାର୍କେଟରେ ବୃଦ୍ଧି ଟଙ୍କାରେ ଏକ ପ୍ରମୁଖ ହ୍ରାସକୁ ରୋକିଥିଲା । ନଚେତ୍ ଟଙ୍କାରେ ଏକ ବଡ ପତନ ହୋଇପାରେ । ତେବେ ବୁଧବାର ଦିନ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ଭାରତୀୟ ଷ୍ଟକ ବଜାରରେ ୩୨୪୫.୮୬ କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଛନ୍ତି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଡଲାରର ଶକ୍ତିଶାଳୀ ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ଟଙ୍କା ହ୍ରାସ ହେବାର ଧାରା ଜାରି ରହିପାରେ ।

ଟଙ୍କାରେ ଦୁର୍ବଳ ହେବାର କାରଣ ହେଉଛି ଅଶୋଧିତ ତୈଳ ମୂଲ୍ୟରେ ପୁଣି ବୃଦ୍ଧି । ସାଉଦି ଆରବ ଏବଂ ଋଷ ଅଶୋଧିତ ତୈଳ ଉତ୍ପାଦନକୁ ଚଳିତ ବର୍ଷ ଡିସେମ୍ବର ମାସ ପର୍ଯ୍ୟନ୍ତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁ କାରଣରୁ ଅଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଇଛି । ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୯୧ ଡଲାର ସ୍ତର ଅତିକ୍ରମ କରିଛି । ବର୍ତ୍ତମାନ ଏହା ବ୍ୟାରେଲ ପିଛା ୯୦.୧୯ ଡଲାରରେ କାରବାର କରୁଛି ।

Get real time updates directly on you device, subscribe now.