fbpx

ଭାଇରାଲରେ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ: ଓଷ୍ଟା

କଟକ, ୨୪ା୧୨(ଓଡ଼ିଶା ଭାସ୍କର): ପ୍ରଶ୍ନପତ୍ର ଭାଇରାଲ କାର୍ଯ୍ୟରେ ସମ୍ପୃକ୍ତ ଥିବା ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଓଷ୍ଟା କହିଛି । ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତିି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ଏହାସହ ଭାଇରାଲରେ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ଓଷ୍ଟା ପ୍ରତିବାଦ କରିବନି ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ମାର୍ଚ୍ଚ ୨ଯାଏ ମାଟ୍ରିକ ପରୀକ୍ଷା ଚାଲିବ । ସେପଟେ କପି, ପ୍ରଶ୍ନପତ୍ର ଲିକ୍ ରୋକିବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏନେଇ ମାଟ୍ରିକ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ଼ ରହିବ । ଏହାସହ ପ୍ରଶ୍ନପତ୍ରରେ ଡିଜିଟାଲ ଲକ୍ ମଧ୍ୟ ରହିବ । ନିର୍ଦ୍ଧାରିତ ସମୟ ପୂର୍ବରୁ କେହି ପ୍ରଶ୍ନପତ୍ରକୁ ଖୋଲିପାରିବେ ନାହିଁ ।

Get real time updates directly on you device, subscribe now.