fbpx

ନକଲି ମାଟ୍ରିକ ପରୀକ୍ଷାର୍ଥୀ ଅଟକ

ପୁରୀ, ୨୨ା୨(ଓଡ଼ିଶା ଭାସ୍କର): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଗତ ୧୯ତାରିଖରୁ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଆଜି ଏକ ନକଲି ମାଟ୍ରିକ ପରୀକ୍ଷାର୍ଥୀ ଅଟକ ରହିଥିବା ସୂଚନା ମିଳିଛି । ନକଲି ପରୀକ୍ଷାର୍ଥୀକୁ ଅଟକ ରଖିଛି ପୁରୀ ସଦର ଥାନା ପୋଲିସ । ଏହାସହ ନକଲି ପରୀକ୍ଷାର୍ଥୀ ସୌମ୍ୟରଞ୍ଜନ ମହାନ୍ତିକୁ ପୋଲିସ ପଚରାଉଚରା କରୁଛି । ରାଜା ପାତ୍ର ନାମରେ ପରୀକ୍ଷା ଦେଉଥିଲା ସୌମ୍ୟରଞ୍ଜନ । ବାସୁଦେବପୁର କନକ ଦୁର୍ଗା ହାଇସ୍କୁଲରେ ପରୀକ୍ଷା ଦେଉଥିବା ସୂଚନା ରହିଛି । ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୫ଲକ୍ଷ ୬୦ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୨୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି ।

Get real time updates directly on you device, subscribe now.