fbpx
BJD
BJD SKY
BJD SKY

ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରନ୍ତୁ ମୁଖ୍ୟମନ୍ତ୍ରୀ, ନବୀନ ନିବାସ ସାମ୍ନାରେ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର, ୨୦ ।୪ : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ନାଇଟ୍ କର୍ଫ୍ୟୁ ପରେ ରାଜ୍ୟର ସମସ୍ତ ସହାରଞ୍ଚଳରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଘୋଷଣା ହୋଇ ସାରିଛି । ଏହି ସବୁ ମଧ୍ୟରେ ଦଶମ ଶ୍ରେଣୀ ପରୀକ୍ଷାକୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି । ସାଂପ୍ରତିକ ସ୍ଥିତିକୁ ଦେଖିଲେ ପରୀକ୍ଷା କେବେ ହେବ ତାହା କହିଦା ମୁସ୍କିଲ । ଏହା ପୂର୍ବରୁ ସିବିଏସଇ କରୋନାର ଭୟାବହତାକୁ ଦେଖି ଦଶମ ବୋର୍ଡ ପରୀକ୍ଷା ବାତିଲ୍ କରିଥିବା ବେଳେ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖିଛି। ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶାରେ ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହେଉ ବୋଲି ପରୀକ୍ଷାର୍ଥୀଙ୍କ ମହଲରେ ଦାବି ଉଠିଛି । ଏହାକୁ ନେଇ ମଙ୍ଗଳବାର ନବୀନ ନିବାସ ସାମ୍ନାରେ ଛାତ୍ର-ଛାତ୍ରୀ ଧାରଣା ଦେଇଛନ୍ତି ।

କରୋନା ସମୟରେ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଥିବା ଦ୍ୱନ୍ଦକୁ ଦୂର କରିବାକୁ ଯାଇ ନବୀନ ନିବାସ ସାମ୍ନାରେ ଆଜି ଧାରଣା ଦେଇଛନ୍ତି ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀ । ସେମାନଙ୍କ କହିବାନୁଯାୟୀ, ବର୍ତ୍ତମାନ ମହାମାରୀ ସ୍ଥିିତିକୁ ବିଚାରକୁ ନେଇ ପରୀକ୍ଷାକୁ ବାତିଲ କରାଯାଉ । କାରଣ ଯୁବ ପିଢ଼ିକୁ କରୋନାର ନୁଆ ଷ୍ଟ୍ରେନ୍ ଅଧିକ ସଂକ୍ରମିତ କରୁଛି । ତେଣୁ ଏହି ପରୀକ୍ଷାକୁ ବାତିଲ କରାଯାଉ । ଛାତ୍ରଛାତ୍ରୀ ମାନେ ଧାରଣା ଦେଉଥିବାରୁ ସେମାନଙ୍କୁ ରୋକିବାକୁ ଯାଇ ପୋଲିସ୍ ସେମାନଙ୍କୁ ନବୀନ ନିବାସ ମାମ୍ନାରୁ ହଟାଇଛି ଏବଂ ସେମାନେ ଆସି ଏବେ ଫରେଷ୍ଟ ପାର୍କ ରାସ୍ତାରେ ଧାରଣା ଦେଇଛନ୍ତି । ତେବେ ଛାତ୍ରଛାତ୍ରୀ ମାନେ କେବଳ ନବୀନ ନିବାସ ସାମ୍ନାରେ ନୁହେଁ ବରଂ ଏହା ପୂର୍ବରୁ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଭେଟି ସମାନ ଦାବି ଶୁଣାଇଛନ୍ତି ।

Get real time updates directly on you device, subscribe now.