fbpx

ଚିନ୍ତା ବଢାଇଲେ କୁମ୍ଭ ମେଳା ଫେରନ୍ତା, ଆଜି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ

କଟକ, ୨୦ ।୪ : କରୋନା ମହାମାରୀ ସଂକ୍ରମଣକୁୁ ଦୃଷ୍ଟିରେ ରଖି ନିକଟରେ ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାକୁ ସମାପନ କରାଯାଇଛି । ହେଲେ ଏବେ ସେଠାରୁ ଫେରିଥିବା ଶ୍ରଦ୍ଧାଳୁ ରାଜ୍ୟର ଚିନ୍ତା ବଢ଼ାଇଛନ୍ତି । ଆଜି କଟକକୁ ଫେରିଥିବା କିଛି ଶ୍ରଦ୍ଧାଳୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୨ ଦିନ ମଧ୍ୟରେ କୁମ୍ଭମେଳା ସହ ଜଡିତ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରୁ ମୋଟ ୩୯ ଶ୍ରଦ୍ଧାକୁ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ମେଳାରୁ ପୁର୍ବରୁ ୯ ଜଣ ଫେରିଥିବା ବେଳେ ଆଜି ୩୦ ଜଣ ଫେରିଛନ୍ତି । ଉକ୍ତ ୯ ଜଣଙ୍କ ମଧ୍ୟରୁ ୨ ଜଣ ସଂକ୍ରମିତ ହୋଇଥିଲେ । ହେଲେ ଆଜି ୩୦ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସିଏମସି ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି ।

ସୁଚନାଯୋଗ୍ୟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଜିଲ୍ଳାରେ ସିଏମସି ପକ୍ଷରୁ ସବୁ ସ୍ଥାନରେ ଯାଞ୍ଚ କଡାକଡି କରାଯାଇଛି । ବାହାରୁ ଆସିଥିବା ଯାତ୍ରୀଙ୍କ କରୋନା ରିପୋର୍ଯ ଯାଞ୍ଚକୁ କଡାକଡି କରାଯାଇଛି । ହେଲେ ଆଜି ପୁଣି ୨ ରୁ ୩ ଟି ଟ୍ରେନ୍ ରେ କୁମ୍ଭମେଳା ରେ ସାମିଲ ଥିବା ଲୋକ ମାନେ ଫେରିବାର ସମ୍ଭାବନା ରହିଥିବା ସିଏମସି ସୁଚନା ଦେଇଛି ।

Get real time updates directly on you device, subscribe now.