fbpx
BSKY
BJD SHG SKY
BJD MC SKY

ଭାରତରେ ସାଇବର ଆଟାକ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ଦୈନିକ ଘଟୁଛି ୪୦୦ ରୁ ଅଧିକ ଆଟାକ୍: ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଭାରତରେ ସାଇବର ଆଟାକ୍ ମାମଲା ଗତ କିଛି ମାସ ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି । ସାଇବର ସୁରକ୍ଷା ଅନୁସନ୍ଧାନକାରୀ ସଂସ୍ଥାର ଏକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଆକଳନ କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ, ୨୦୨୪ ର ପ୍ରଥମ ତ୍ରୈ ମାସରେ ପ୍ରତିଦିନ ୪୦୦ ରୁ ଅଧିକ ସାଇବର ଆଟାକ୍ କରାଯାଉଛି । ଏହି ଆଟାକ୍ ସାଧାରଣ ବ୍ୟବହାରକାରୀଙ୍କ ଉପରେ ନୁହେଁ ବରଂ ସଂଗଠନଗୁଡ଼ିକ ଉପରେ କରାଯାଉଛି । ରିମୋଟ୍ କୋଡ୍ ଏକଜେକ୍ୟୁଶନ୍ ମାଧ୍ୟମରେ ହ୍ୟାକରମାନେ ସଂସ୍ଥାଗୁଡ଼ିକୁ ସର୍ବାଧିକ ଟାର୍ଗେଟ୍ କରୁଛନ୍ତି, ଯେଉଁ କାରଣରୁ ୬୪ ପ୍ରତିଶତ ସଂସ୍ଥା ପ୍ରଭାବିତ ହେଉଛି ।

୬ ମାସ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଆଟାକ୍ :-
ସାଇବର ରିସର୍ଚ୍ଚ ଫର୍ମ ଚେକ୍ ପଏଣ୍ଟ ରିସର୍ଚ୍ଚ (ସିପିଆର) ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଗତ ୬ ମାସ ମଧ୍ୟରେ ଭାରତୀୟ ଅନୁଷ୍ଠାନ ଉପରେ ପ୍ରତି ସପ୍ତାହରେ ୨୬୨୮ ଥର ସାଇବର ଆକ୍ରମଣ କରାଯାଇଛି, ଯାହା ଦୈନିକ ୩୫୦ ରୁ ଅଧିକ । ଏଥି ସହିତ ୨୦୨୪ ର ପ୍ରଥମ ତ୍ରୈ ମାସରେ ଏହି ଆକ୍ରମଣ ସଂଖ୍ୟା ୨୮୦୭ ରେ ପହଞ୍ଚିଛି । ଯଦି ଡେଲି ହିସାବରେ ଦେଖାଯାଏ, ତେବେ ପ୍ରତିଦିନ ଭାରତୀୟ ଅନୁଷ୍ଠାନ ଉପରେ ୪୦୦ ରୁ ଅଧିକ ସାଇବର ଆଟାକ୍ କରାଯାଉଛି ।

ଅନୁସନ୍ଧାନକାରୀ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଭାରତୀୟ ଅନୁଷ୍ଠାନ ଉପରେ ଏହି ସାଇବର ଆଟାକ୍ ପ୍ରତିବର୍ଷ ୩୩ ପ୍ରତିଶତ ବୃଦ୍ଧି ପାଇଛି । ଯଦି ଆମେ ବିଶ୍ୱସ୍ତରୀୟ ଧାରା ବିଷୟରେ ଆଲୋଚନା କରିବା, ତେବେ ଗତ ୬ ମାସ ମଧ୍ୟରେ ହାରାହାରି ସପ୍ତାହକୁ ୧୨୩୬ ଆଟାକ୍ ଅର୍ଥାତ୍ ଦୈନିକ ୨୦୦ ରୁ କମ୍ ସାଇବର ଆଟାକ୍ କରାଯାଉଛି ।

Get real time updates directly on you device, subscribe now.