fbpx
BJD
BJD SKY
BJD SKY

ମହିଳାଙ୍କୁ ସ୍ୱିଟି କିମ୍ବା ବେବୀ କହି ଡାକିବା କ’ଣ ଅଶ୍ଳୀଳ ଇଙ୍ଗିତ ଦେଉଛି କି? ହାଇକୋର୍ଟ ଦେଲେ ଏପରି ଟିପ୍ପଣୀ

କୋଲକାତା: ଏକ ନିଷ୍ପତ୍ତିରେ କୋଲକତା ହାଇକୋର୍ଟ ସ୍ପଷ୍ଟ କରିଛନ୍ତି କି ମହିଳାଙ୍କୁ ସ୍ୱିଟି କିମ୍ବା ବେବୀ କହିବା ସର୍ବଦା ଭୁଲ୍ ହୋଇ ନ ଥାଏ । ହାଇକୋର୍ଟ କହିଛନ୍ତି କିଛି ସାମାଜିକ କ୍ଷେତ୍ରରେ ମହିଳାଙ୍କ ଲାଗି ଏହି ନାମ ପ୍ରଚଳିତ ଓ ଏହି ଶବ୍ଦର ଉପଯୋଗ ସର୍ବଦା ଯୌନ ଉଦ୍ଦୀପକ ହୋଇ ନ ଥାଏ । ତେବେ କୋଲକତା ହାଇକୋର୍ଟ ଏହା ଚେତାବନୀ ଦେଇଛନ୍ତି କି ଯଦି କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନ ଅଧିନିୟମରେ ଥିବା ପ୍ରାବଧାନର ଦୁରୁପଯୋଗ କରାଯାଏ ତେବେ ଏହା ମହିଳାଙ୍କ ଲାଗି ଆହୁରି ଅଧିକ ବାଧା ସୃଷ୍ଟି କରିବ । ବିଚାରପତି ସବ୍ୟସାଚୀ ଭଟ୍ଟାଚାର୍ଯ୍ୟ ଯୌନ ଉତ୍ପୀଡନ ଅଭିଯୋଗ ସହ ଜଡିତ ଏକ ମାମଲାର ଶୁଣାଣୀ ସମୟରେ ଏହି ଟିପ୍ପଣୀ ଦେଇଛନ୍ତି ।

ଏହି ମାମଲାରେ ଜଣେ ମହିଳା ଅଭିଯୋଗ କରିଥିଲେ କି କାର୍ଯ୍ୟସ୍ଥଳରେ ତାଙ୍କ ବରିଷ୍ଠ ଅଧିକାରୀ ସ୍ୱିଟି ଓ ବେବୀ ପରି ଶବ୍ଦ ବ୍ୟବହାର କରୁଛନ୍ତି । ବନ୍ଦର ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟରତ ଏହି ମହିଳା ଅଭିଯୋଗ କରିଥିଲେ କି ତାଙ୍କ ବରିଷ୍ଠ ବିଭିନ୍ନ ଉପାୟରେ ତାଙ୍କୁ ଯୌନ ଉତ୍ପୀଡନ ଦେଇଛନ୍ତି । ସେ ଅଭିଯୋଗ କରିଥିଲେ କି ବରିଷ୍ଠ ଅଧିକାରୀ ଏହି ପ୍ରକାର ଶବ୍ଦ ବ୍ୟବହାର କରିବା ଯୌନ ସଂକେତ ଅଟେ ।

ଅନ୍ୟପକ୍ଷରେ କୋର୍ଟରେ ବରିଷ୍ଠ ଅଧିକାରୀ ନିଜ ସପକ୍ଷରେ ମତ ରଖି କହିଥିଲେ କି ସେ କେବେ ବି ଏହି ଶବ୍ଦର ଉପଯୋଗ ଯୌନ ସଂକେତ ରୂପରେ କରିନାହାନ୍ତି । ସେ କହିଥିଲେ ଯେତେବେଳେ ଅଭିଯୋଗକାରିଣୀ ଏହି ଶବ୍ଦକୁ ନେଇ ତାଙ୍କର ସମସ୍ୟା ହେଉଛି ବୋଲି କହିଥିଲେ ସେତେବେଳେ ସେ ଏହିସବୁ ଶବ୍ଦର ବ୍ୟବହାର ବନ୍ଦ କରି ଦେଇଥିଲେ । ଏହି ମାମଲାରେ ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି, ଆନ୍ତରିକ ଅଭିଯୋଗ କମିଟି(ଆଇସିସି)ଦ୍ୱାରା ଏପରି ଶବ୍ଦର ଉପଯୋଗ ଅନୁଚିତ ମନେ କରାଯାଇଥିଲା କିନ୍ତୁ ଏହା ମଧ୍ୟ କୁହାଯାଇଛି କି ଏହି ଶବ୍ଦକୁ ଯୌନ ଉଦ୍ଦୀପନା ସହ ଯୋଡିବାର ଆବଶ୍ୟକତା ନାହିଁ ।

 

Get real time updates directly on you device, subscribe now.