fbpx
BSKY
BJD SHG SKY
BJD MC SKY

କୃଷ୍ଣପ୍ରସାଦରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ; “ଭୁବନେଶ୍ବରରେ ହେବ ୬ଲେନ୍‌ ବିଶିଷ୍ଟ ରିଂ ରୋଡ୍‌”

ପୁରୀ: କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । “ଭୁବନେଶ୍ବରରେ ହେବ ୧୧୧ କିଲୋମିଟରର ରିଂ ରୋଡ୍‌ । ରିଂ ରୋଡ୍‌ ୬ ଲେନ୍‌ ବିଶିଷ୍ଟ ହେବ, ଖର୍ଚ୍ଚ ହେବ ୬୫୦୦ କୋଟି । ରିଂ ରୋଡ୍‌ କାମ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବ । ରିଂ ରୋଡ୍‌ ଦ୍ୱାରା କଟକ-ଭୁବନେଶ୍ୱର-ଖୋର୍ଦ୍ଧା ଯାତାୟତ ସହଜ ହେବ । ସେପଟେ ଚିଲିକା ଉପରେ ପୋଲ ନିର୍ମାଣ ନେଇ ମଧ୍ୟ ଘୋଷଣା କରିଛନ୍ତି ଗଡ଼କରୀ । ଟାଙ୍ଗୀ-ଦୀଘା ରାସ୍ତାରେ ହେବ, ଦୁଇ ଏନ୍‌ଏଚ୍‌କୁ ସଂଯୋଗ କରିବ । ୨ଟି ପୋଲ ହେବ, ଗୋଟିଏ ୧ କିମି ଓ ଅନ୍ୟଟି ଅଢ଼େଇ କିମି । ୨ ଲେନ୍‌ ବିଶିଷ୍ଟ ହେବ ଉଭୟ ପୋଲ, ଡିପିଆର୍‌ ପ୍ରସ୍ତୁତି ଚାଲିଛି ।

୮ ହଜାର କୋଟି ବ୍ୟୟରେ ହେବ ରତନପୁର-ଦୀଘା ରାସ୍ତା ୧୭୭ କିମି ରାସ୍ତା ହେବ । ୮୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ୨ ହଜାର କୋଟିରେ ୬୫ କିମିର ୪ ଲେନ୍‌ ଜାମୁଝାଡ଼ି-ଧାମରା ରାସ୍ତା ହେବ -କଟକ-ପାରାଦୀପ ୮୭ କିମିର ରାସ୍ତା ୪ ଲେନ୍‌ ବିଶିଷ୍ଟ ହେବ । କଟକ-ପାରାଦୀପ ୪ ଲେନ୍‌ ରାସ୍ତା ପାଇଁ ଖର୍ଚ୍ଚ ହେବ ୨୩୭୦ କୋଟି । ୨ ଶହ କୋଟିରେ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ । ରାୟପୁର-ବିଶାଖାପାଟଣା ୬ ଲେନ୍‌ ରାସ୍ତା ୨୫ ହଜାର କୋଟିରେ ଚାଲିଛି । ୪୬୫ କିମି ରାସ୍ତାରୁ ଓଡ଼ିଶାରେ ରହିଛି ୨୪୦ କିମି ଡିସେମ୍ବର ସୁଦ୍ଧା ସରିବ । ମୁମ୍ବାଇ-କୋଲକାତା ୪ ଲେନ୍‌ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ମୁମ୍ବାଇ-କୋଲକାତା ରାସ୍ତାର ୪୫୦ କିମି ଓଡ଼ିଶାରେ, ଶୀଘ୍ର କାମ ସରିବ । ରାଞ୍ଚି-ସମ୍ବଲପୁର ୪ ଲେନ୍‌ ୨୮୦ କିମି ରାସ୍ତା ୬୩୦୦ କୋଟିରେ ହେବ ।

ସମ୍ବଲପୁର ସହରରେ ୩୫ କିମିର ରିଂ ରୋଡ୍‌ ହେବ, ଅକ୍ଟୋବରରୁ କାମ ଆରମ୍ଭ। ଓଡ଼ିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ତାକତ । ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ । ନଡ଼ାରୁ ବାୟୋ ସିଏନ୍‌ଜି ଉତ୍ପାଦନ ଆରମ୍ଭ ହୋଇଯାଇଛି । ଗାଁର କୃଷକ, ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛୁ । ଆଗାମୀ ଦିନରେ ସବୁ ପ୍ରକାର ଯାନ ହାଇଡ୍ରୋଜେନରେ ଚାଲିବ । ୧୦ ବର୍ଷର ମନ୍ତ୍ରୀ ମୁଁ, ୫୦ ଲକ୍ଷ କୋଟିର କାମ କରିଛି । ବିଜେପିର ସିଦ୍ଧାନ୍ତ- ଯାହା କହିବୁ, ତାକୁ କରି ଦେଖାଇବୁ । ଧାମରା ପୋର୍ଟ କନେକ୍ଟିଭିଟି, ପୁରୀ-ରାମେଶ୍ବର ୪ ଲେନ୍‌ ରାସ୍ତା ହେବ । କଟକରୁ ପାରାଦୀପ ୪ ଲେନ୍‌ ୨୩୭୦ କୋଟିରେ ନିର୍ମାଣ ହେବ । ୨ ଶହ କୋଟିରେ ପାରାଦୀପରେ ଏୟାରପୋର୍ଟ ପାଇଁ ନିଷ୍ପତ୍ତି ହୋଇଛି । ରାୟପୁରରୁ ବିଶାଖାପାଟଣା ୬ ଲେନ୍‌ ରାସ୍ତା ନିର୍ମାଣ ହେବ । ସେଥିରୁ ୨୪୦ କିଲୋମିଟର ଓଡ଼ିଶାରେ, ଡିସେମ୍ବର ସୁଦ୍ଧା କାମ ସରିବ ।”

Get real time updates directly on you device, subscribe now.