fbpx

ଦୁର୍ଘଟଣା ନା ହତ୍ୟା? ଇରାନ୍ ରାଷ୍ଟ୍ରପତିଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ, ଷଡ଼ଯନ୍ତ୍ର କରିଛି କି ଇସ୍ରାଏଲ?

Advertisement

ଓଡ଼ିଶା ଭାସ୍କର: ହେଲିକପ୍ଟର କ୍ରାସ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ୍ ରାଷ୍ଟ୍ରପତି ଇବ୍ରାହିମ ରଇସି । ରାଷ୍ଟ୍ରପତିଙ୍କ ସମେତ ଇରାନର ବିଦେଶ ମନ୍ତ୍ରୀ ହୁସୈନ ଅମୀର ଅବଦୁଲ୍ଲାହିୟନଙ୍କ ସମେତ ୯ ଜଣ ଏହି ହେଲିକପ୍ଟରରେ ଯାତ୍ରା କରୁଥିଲେ । ତେବେ ଦୁର୍ଘଟଣାରେ ରାଷ୍ଟ୍ରପତିଙ୍କ ସହ ବୈଦେଶିକ ମନ୍ତ୍ରୀ ପ୍ରାଣ ହରାଇଥିବା ନେଇ ଆଜି ସୂଚନା ମିଳିଛି । କିନ୍ତୁ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଏହି ମାମଲାକୁ ନେଇ ବର୍ତ୍ତମାନ ଖୁବ ଆଲୋଚନା ହେବାରେ ଲାଗିଛି । ପ୍ରକୃତରେ ଏହା ଏକ ଦୁର୍ଘଟଣା ନା ହତ୍ୟା ବୋଲି ପ୍ରଶ୍ନ ଉଠିଛି । ମୃତ୍ୟୁ ପଛରେ ଇସ୍ରାଏଲର ଷଡ଼ଯନ୍ତ୍ର ଥାଇପାରେ ବୋଲି ମଧ୍ୟ ଆଲୋଚନା ଆରମ୍ଭ ହୋଇଛି ।

ଖରାପ ଜଳବାୟୁ ଯୋଗୁଁ ସଠିକ ସମୟରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲେ ଉଦ୍ଧାକାରୀ ଦଳ । ତେବେ ବର୍ଷା ଏବଂ କୁହୁଡ଼ି ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସୋସିଆଲ ମିଡିଆରେ କିଛି ୟୁଜର ଏହାକୁ ଇସ୍ରାଏଲ ତଥା ଅନ୍ୟ କୌଣସି ଦେଶର ଷଡ଼ଯନ୍ତ୍ର ବୋଲି କହିଛନ୍ତି । ନିକଯରେ ହମାସ ଏବଂ ଇସ୍ରାଏଲ ତିକ୍ତତା ମଧ୍ୟରେ ଇରାନ୍ ହମାସକୁ ସମର୍ଥନ କରିଥିଲା । ଏହାପରେ ଇରାନ ଏବଂ ଇସ୍ରାଏଲ ମଧ୍ୟ କିଛି ଦିନ ପୂର୍ବରୁ ପରସ୍ପରକୁ ଟାର୍ଗେଟ କରି ଆକ୍ରମଣ କରିଥିବା ଦାବି ହୋଇଥିଲା । ତେଣୁ ଇରାନ୍ ରାଷ୍ଟ୍ରପତି ରଇସିଙ୍କ ମୃତ୍ୟୁ ପଚରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ଆଲୋଚନା ହେଉଛି । ରାଷ୍ଟ୍ରପତିଙ୍କ ନିକଟବର୍ତ୍ତୀ ୩ଟି ହେଲିକପ୍ଟର ରହିଥିଲା, କିନ୍ତୁ ୨ଟି ସୁରକ୍ଷିତ ଫେରିଥିବା ବେଳେ ଏହି ହେଲିକପ୍ଟର ହିଁ ଦୁର୍ଘଟଣାର ଶିକାର କିପରି ହେଲା ବୋଲି ପ୍ରଶ୍ନ କରିଛନ୍ତି ସୋସିଆଲ ମିଡିଆ ୟୁଜର ।

ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ଇସ୍ରାଏଲର ହାତ ଥିବା ମଧ୍ୟ କୁହାଯାଇଛି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ମଧ୍ୟରେ କିଛି ଦିନ ତଳେ ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଇରାନକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି କହିଥିଲା ଇସ୍ରାଏଲ । ତେଣୁ ସେହି ଘଟଣାର ପ୍ରତିଶୋଧ ପାଇଁ ଇସ୍ରାଏଲ ଇରାନର ରାଷ୍ଟ୍ରପତିଙ୍କ ହେଲିକପ୍ଟର ଉପରେ ଆକ୍ରମଣ କରିଥିବା ଆଶଙ୍କା କରି ସୋସିଆଲ ମିଡିଆ ୟୁଜର ଆଲୋଚନା କରୁଛନ୍ତି ।

Get real time updates directly on you device, subscribe now.