fbpx

ଏଣିକି ଟଚ୍ ନ କରି ବି ଚାଲିବ ଫୋନ୍‌, ଜାଣନ୍ତୁ କ’ଣ କରିବାକୁ ହେବ

Advertisement

ଓଡ଼ିଶା ଭାସ୍କର: ଆପଣ ନିଜ ଫୋନ୍‌କୁ ଟଚ୍ ନ କରି ବ୍ୟବହାର କରିବାକୁ ଚାହୁଁଛନ୍ତି କି? ତେବେ ଖୁବ୍ ସହଜରେ ଆପଣ ଏହା କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଏକ ଆପ୍ ଡାଉନଲୋଡ୍ କରିବାକୁ ହେବ । Spatial Touch ନାମକ ଏକ ଆପ୍ ରହିଛି ଯାହା ଆପଣଙ୍କୁ ଗେଶ୍ଚର ବେସଡ୍ ରିମୋଟ୍ କଣ୍ଟ୍ରୋଲ ଅଫର କରିଥାଏ । ଏହା ସାହାଯ୍ୟରେ ଆପଣ କିଛି ଦୂରରୁ ନିଜ ଫୋନ୍‌କୁ ନିୟନ୍ତ୍ରଣ କରିପାରିବେ । ଆପଣ ଏହା ସାହାଯ୍ୟରେ ୟୁଟ୍ୟୁବ୍‌, ସର୍ଟସ୍‌, ନେଟଫ୍ଲିକ୍ସ, ଡିଜନୀ ଇନଷ୍ଟାଗ୍ରାମ ଓ ଅନ୍ୟ ଆପ୍ସ ବ୍ୟବହାର କରିପାରିବେ ।

ଆପଣ ଏହାର ଉପଯୋଗ ସେତେବେଳେ କରିପାରିବେ ଯେତେବେଳେ ଆପଣଙ୍କ ଫୋନ୍ ଆପଣଙ୍କ ଠାରୁ କିଛି ଦୂରରେ ରହିଛି କିମ୍ବା ଆପଣଙ୍କ ହାତ ଓଦା ରହିଛି କିମ୍ବା ଆପଣ ଫୋନ୍‌କୁ ଟଚ୍ କରି କଣ୍ଟ୍ରୋଲ କରିବା ଅବସ୍ଥାରେ ନାହାନ୍ତି ।
ତେବେ ଏହାର ସମସ୍ତ ଫିଚର ବ୍ୟବହାର କରିବା ପାଇଁ ଆପଣଙ୍କୁ ଏହାର ପ୍ରୋ-ଭର୍ସନ ବ୍ୟବହାର କରିବାକୁ ହେବ ଯାହା ପେଡ୍ ଅଟେ । ଏହି ଆପ୍‌କୁ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିବାକୁ ହେବ । ଏହାପରେ ସେଟିଂସ୍ ପ୍ରକ୍ରିୟା ପୁରା କରିବାକୁ ହେବ । ତେବେ ଆପଣଙ୍କୁ ଏହି ଆପ୍‌କୁ କିଛି ପରମିଶନ ଦେବାକୁ ହେବ । ଏହି ଆପ୍ ଆପଣଙ୍କୁ କ୍ୟାମେରା, ଭିଡିଓ ଓ ଅନ୍ୟ କିଛି ଆକ୍ସେସିବିଲିଟିର ଅନୁମତି ମାଗିବ । ଏହି ଆପ୍ ବ୍ୟବହାର କରିବା ପାଇଁ ଆପଣଙ୍କୁ ଏହିସବୁ ଅନୁମତି ଦେବାକୁ ହେବ । ଏହାପରେ ଆପଣ ଏହାର ବିଭିନ୍ନ ଫିଚର ପରୀକ୍ଷଣ କରିପାରିବେ ।

Get real time updates directly on you device, subscribe now.