fbpx
BSKY
BJD SHG SKY
BJD MC SKY

ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସାର୍ପ ଶୁଟର ଗିରଫ, ସାଇବର ଅପରାଧର ବି ଥିଲା ମାଷ୍ଟରମାଇଣ୍ଡ

ପାଟନା: ବିହାର ପୋଲିସକୁ ଏକ ବଡ ସଫଳତା ମିଳିଛି । ରାଜସ୍ଥାନର ମୋଷ୍ଟ ୱାଣ୍ଟେଡ୍ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସାର୍ପ ଶୁଟରକୁ ଅରରିଆ ଜିଲ୍ଲା ଯୋଗବନୀରୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିର ନାମ କୃଷ୍ଣ କୁମାର ଓରଫ ଜୟ ପ୍ରକାଶ ରହିଛି । କୃଷ୍ଣ କୁମାର ଘର ରାଜସ୍ଥାନ ଜବାହର ସର୍କଲ ଥାନା ଅଞ୍ଚଳରେ ଅଟେ । ସେ ନେପାଳର ବିରାଟ ନଗରରେ ନିଜର ପରିଚୟ ଲୁଚାଇ ବର୍ଷେ ହେବ ରହି ଆସୁଥିଲା । ଯୋଗବନୀ ପୋଲିସ ତାଙ୍କୁ ଏଟିଏମ୍ ଫ୍ରଡ ଅଭିଯୁକ୍ତ ରୂପରେ ଗିରଫ କରିଛି । ୨୦୨୩ରେ ରାଜସ୍ଥାନ ଜୟପୁର ସହରରେ ଜି ଗ୍ରୁପ୍‌ର ଏକ ହୋଟେଲରେ ହୋଇଥିବା ଗୁଳିକାଣ୍ଡରେ ମଧ୍ୟ କୃଷ୍ଣ କୁମାର ସଂପୃକ୍ତ ଥିଲା ।

ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କୃଷ୍ଣ କୁମାର ସାଇବର ଅପରାଧର ବି ମାଷ୍ଟରମାଇଣ୍ଡ ଅଟେ । ସେ ନେପାଳରେ ରହି ଅରରିଆ ଆଦି ସୀମାବର୍ତ୍ତୀ ଜିଲ୍ଲାରେ ଏଟିଏମ୍ ଫ୍ରଡ୍‌ରେ ସଂପୃକ୍ତ ରହୁଥିଲା । ଗୁରୁବାର ସକାଳେ ଯୋଗବନୀ ପୋଲିସ ତାକୁ ନାଟକୀୟ ଢଙ୍ଗରେ ଯୋଗବନୀ ରେଳଷ୍ଟେସନରୁ ଗିରଫ କରିଛି ।

 

Get real time updates directly on you device, subscribe now.