fbpx
BJD
BJD SKY
BJD SKY

ଅକ୍ଷୟ ତୃତୀୟା ପୂର୍ବରୁ ଶସ୍ତା ହୋଇଗଲା ସୁନା, ରୂପାରେ ମୂଲ୍ୟରେ ସାମାନ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଏହି ସପ୍ତାହରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଆଜି ଗୁରୁବାରରେ ଅକ୍ଷୟ ତୃତୀୟାର ଗୋଟିଏ ଦିନ ପୂର୍ବରୁ ସୁନା ଦର ପୁଣି ହ୍ରାସ ପାଇଛି । ରୂପା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି ।

ସୁନା ୧୦ ଗ୍ରାମ ପିଛା ୧୧୦ ଟଙ୍କା ହ୍ରାସ ପାଇଛି । ସୁନା ମୂଲ୍ୟରେ ଦ୍ୱିତୀୟ ଦିନ ଲଗାତାର ହ୍ରାସ ଦେଖିବାକୁ ମିଳିଛି । ତେବେ ରୂପାରେ ୨୦୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି ।

ଏହା ହେଉଛି ସୁନାର ମୂଲ୍ୟ :-

ଗୁରୁବାର ଦିନ ଜାତୀୟ ସ୍ତରରେ ୧୮ କ୍ୟାରେଟ୍ ସୁନାରେ ୮୦ ଟଙ୍କା, ୨୨ କ୍ୟାରେଟ୍ ସୁନାରେ ୧୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାରେ ୧୧୦ ଟଙ୍କା ହ୍ରାସ ପାଇଛି । ଏହି ହ୍ରାସ ସହିତ ୧୮ କ୍ୟାରେଟ୍ ସୁନା ୫୪,୧୨୦ ଟଙ୍କା, ୨୨ କ୍ୟାରେଟ୍ ସୁନା ୬୬,୧୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୨,୧୬୦ ଟଙ୍କା ହୋଇଛି ।
ଅନ୍ୟପଟେ ଏହି ସପ୍ତାହରେ ରୂପା ଦର ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଦିନ କିଲୋଗ୍ରାମରେ ୧୦୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି । ବୁଧବାର ଦିନ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୮୫ ହଜାର ଟଙ୍କା ଥିଲା ଯାହା ଗୁରୁବାର ଦିନ କିଲୋଗ୍ରାମରେ ୮୫,୨୦୦ ଟଙ୍କାକୁ ବୃଦ୍ଧି ପାଇଛି । ଯଦିଓ ଏହା ଏପର୍ଯ୍ୟନ୍ତ ଏହାର ଅଲ୍ ଟାଇମ୍ ହାଇରୁ ତଳେ ରହିଛି । ରୂପାର ଅଲ୍ ଟାଇମ୍ ହାଇ ମୂଲ୍ୟ ୬ ଏପ୍ରିଲରେ ଥିଲା । ସେଦିନ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୮୭ ହଜାର ଟଙ୍କା ହୋଇଥିଲା ।

ଚାରୋଟି ମେଟ୍ରୋରେ ସୁନା ଏବଂ ରୂପା ମୂଲ୍ୟ :-

ଦିଲ୍ଲୀ: ସୁନା ମୂଲ୍ୟ ୭୨,୩୧୦ / ୧୦ ଗ୍ରାମ ଏବଂ ରୂପା ମୂଲ୍ୟ ୮୫,୨୦୦ / ୧ କିଲୋଗ୍ରାମ ।
ମୁମ୍ବାଇ: ସୁନା ମୂଲ୍ୟ ୭୨,୧୬୦ / ୧୦ ଗ୍ରାମ ଏବଂ ରୂପା ମୂଲ୍ୟ ୮୫,୨୦୦ / ୧ କିଲୋଗ୍ରାମ ।
ଚେନ୍ନାଇ: ସୁନା ମୂଲ୍ୟ ୭୨,୧୬୦ / ୧୦ ଗ୍ରାମ ଏବଂ ରୂପା ମୂଲ୍ୟ ୮୮,୭୦୦ / ୧ କିଲୋଗ୍ରାମ ।
କୋଲକାତା: ସୁନା ମୂଲ୍ୟ ୭୨,୧୬୦ / ୧୦ ଗ୍ରାମ ଏବଂ ରୂପା ମୂଲ୍ୟ ୮୫,୨୦୦ / ୧ କିଲୋଗ୍ରାମ ।

Get real time updates directly on you device, subscribe now.