fbpx

ଇନ୍ଦୋର ଚିଡିଆଖାନାକୁ ଯିବେ ନନ୍ଦନକାନନର ୧୩ ଜୀବଜନ୍ତୁ

ଭୁବନେଶ୍ୱର ୨୦ ।୪ (ଓଡିଶା ଭାସ୍କର) :  ମଧ୍ୟପ୍ରଦେଶ ଚିଡିଆଖାନାକୁ ଯିବେ ନନ୍ଦନକାନନରୁ କିଛି ଜୀବଜନ୍ତୁ । ଆଜି ନନ୍ଦନକାନରରୁ ୧୩ ପଶୁପକ୍ଷୀ ମଧ୍ୟପ୍ରଦେଶର ଇନ୍ଦୋର ଚିଡିଆଖାନାକୁ ପଠାଯିବ । ଏମାନଙ୍କ ମଧ୍ୟରୁ ଧଳା ବାଘୁଣୀ ରାଗିଣୀ, କଳା ବାଘ ଭିକି, ୩ ଟି ଘଡିଆଳ କୁମ୍ଭୀର, ୮ଟି ପିଜାଣ୍ଟକୁ ଇନ୍ଦୋର କମଳା ନେହେରୁ ପାର୍କକୁ ପଠା ହେବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ ଗତ ଡିସେମ୍ବର ମାସରେ ଇାନ୍ଦାର ଚିଡିଆଖାନାରୁ ୨ଟି ସିଂହ,୩ଟି ଘଡିଆଳ କୁମ୍ଭୀର, ୨ଟି ଗଧିଆ ଏବଂ ଗୋଟିଏ କୋକିଶିଆଳୀ ନନ୍ଦନକାନନକୁ ଆସିଥିଲା । ନନ୍ଦନକାନନରେ ଏବେ ବାଘ ସଂଖ୍ୟା କମିଯିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Get real time updates directly on you device, subscribe now.