fbpx

UPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ୫୦୬ଟି ପଦରେ ଦିଆଯିବ ନିଯୁକ୍ତି, ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ଆସିଛି ଏକ ବଢ଼଼ିଆ ନିଯୁକ୍ତି ସୁଯୋଗ । ମୋଟ ୫୦୬ଟି ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ) ପଦରେ ନିଯୁକ୍ତି ଦିଆଯିବ । ଏପ୍ରିଲ ୨୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ମେ ୧୪ ଆବେଦନର ଅନ୍ତିମ ତାରିଖ ରହିଛି । ମେ ୧୫ରୁ ୨୧ ମଧ୍ୟରେ ପ୍ରାର୍ଥୀମାନେ ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ । ମେ ୧୩ ସୁଦ୍ଧା କ୍ୟାଶ ପେମେଣ୍ଟ ଓ ୧୪ ସୁଦ୍ଧା ଅନଲାଇନରେ ପେମେଣ୍ଟ ଗ୍ରହଣ କରାଯିବ ।

ପ୍ରାର୍ଥୀ ଯେ କୌଣସି ବିଶ୍ୱବିଦ୍ୟାଳୟରୁ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦ ଓ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁସାରେ ଧାର୍ଯ୍ୟ କରାଯିବ । ବିଏସଏଫରେ ୧୮୬ଟି, ସିଆରପିଏଫରେ ୧୨୦ଟି, ସିଆଇଏସଏଫରେ ୧୦୦ଟି, ଆଇଟିବିପିରେ ୫୮ଟି ଓ ଏସଏସବିରେ ୪୨ଟି ପଦ ଖାଲି ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://upsconline.nic.in/upsc/OTRP/

ବିଜ୍ଞପ୍ତି ଲିଙ୍କ: https://upsc.gov.in/sites/default/files/CAPF_AC_Exam_2024_ExamNotif_Eng_24042024.pdf

Get real time updates directly on you device, subscribe now.