fbpx
BJD
BJD SKY
BJD SKY

ବ୍ୟାଙ୍କ କର୍ମଚାରୀଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ: ଜିରୋ ବା କମ୍ ସୁଧ ବିଶିଷ୍ଟ ଲୋନ୍ ଉପରେ ଦେବାକୁ ପଡ଼ିବ ଟ୍ୟାକ୍ସ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କୁ ଲାଗିଛି ଏକ ବଡ଼ ଝଟକା । ଶୂନ ବା କମ୍ ସୁଧ ବିଶିଷ୍ଟ ଲୋନ୍ ଉପରେ କର୍ମଚାରୀଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ସୁପ୍ରିମକୋର୍ଟଙ୍କ ତରଫରୁ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ଝଟକା ଲାଗିଛି । ଏକ ଐତିହାସିକ ନିଷ୍ପତ୍ତି କ୍ରମେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ବ୍ୟାଙ୍କ କର୍ମଚାରୀଙ୍କୁ ଦିଆଯାଉଥିବା ସୁଧ ମୁକ୍ତ ବା କମ୍ ଦରର ଲୋନ ଏକ ‘ଅନୁଲାଭ’ । ତେଣୁ ତାହା ଆୟକର ଅଧିନିୟମ ଅନୁସାରେ ଟ୍ୟାକ୍ସପ୍ରଦାନ ଯୋଗ୍ୟ ଅଟେ ।

ନ୍ୟାୟମୂର୍ତ୍ତି ସଞ୍ଜୀବ ଖନ୍ନା ଓ ଦୀପାଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଆୟକର ଅଧିନିୟମ, ୧୯୬୧ର ଧାରା ୧୭(୨) (viii) ଓ ଆୟକର ନିୟମ, ୧୯୬୨ର ନିୟମ ୩(୭)(i)ର ବୈଧତାକୁ କାଏମ୍ ରଖାଯାଇଛି । ବ୍ୟାଙ୍କ କର୍ମଚାରୀଙ୍କୁ ସେମାନେ କାର୍ଯ୍ୟ କରୁଥିବା ବ୍ୟାଙ୍କ ତରଫରୁ ରିହାତି ଦରରେ ବା ବିନା ସୁଧରେ ଯେଉଁ ଲୋନର ସୁବିଧା ଦିଆଯାଇଥାଏ, ତା’ ଉପରେ ଟ୍ୟାକ୍ସ ଦେବାକୁ ପଡ଼ିଥାଏ ବୋଲି ଶୀର୍ଷ ଅଦାଲତ ନିଜ ନିଷ୍ପତ୍ତିରେ କହିଛନ୍ତି ।

ଏହାର ଅର୍ଥ ହେଉଛି ଏହି ପ୍ରକାରର ଲୋନ ଉପରେ ବ୍ୟାଙ୍କ କର୍ମଚାରୀଙ୍କୁ ଟ୍ୟାକ୍ସ ଭରଣା କରିବାକୁ ପଡ଼ିବ । ସୁପ୍ରିମକୋର୍ଟ ଏହି ସମ୍ବନ୍ଧରେ ଆୟକର ବିଭାଗର ନିୟମକୁ କାଏମ୍ ରଖିଛନ୍ତି । ଏହା ଏକ ସ୍ୱତନ୍ତ୍ର ସୁବିଧା ହୋଇଥିବା ବେଳେ ତାହା କେବଳ ବ୍ୟାଙ୍କ କର୍ମଚାରୀମାନଙ୍କୁ ଦିଆଯାଇଥାଏ । ସୁପ୍ରିମକୋର୍ଟ ଏହାକୁ ଫ୍ରିଜ ବେନିଫିଟ ବା ଅମେନିଟିଜ୍ ଆଖ୍ୟା ଦେବା ସହ ଏହି କାରଣରୁ ଏପରି ଲୋନ ଟ୍ୟାକ୍ସେବଲ ହୋଇଥାଏ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବ୍ୟାଙ୍କ କର୍ମଚାରୀଙ୍କ ସଂଗଠନ ପକ୍ଷରୁ ଆୟକର ବିଭାଗର ଏକ ନିୟମକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ମାତ୍ର ସର୍ବୋଚ୍ଚ ଅଦାଲତ ଏହି ମାମଲାରେ ଆୟକର ବିଭାଗରର ପକ୍ଷକୁ ଠିକ ବୋଲି ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.