fbpx
BSKY
BJD SHG SKY
BJD YOUTH SKY

ଦୁଷ୍କର୍ମର ଶିକାର ହେଲେ ପୂର୍ବତନ ବିଧାୟକଙ୍କ ଝିଅ, ଏବେ ଫଟୋ ଭାଇରାଲ କରିଦେବ କହି ଏହି ଜିନିଷ ଡିମାଣ୍ଡ କରୁଛି ଅଭିଯୁକ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୁରାଦାବାଦରେ ସମାଜବାଦୀ ପାର୍ଟୀର ପୂର୍ବତନ ବିଧାୟକଙ୍କ ବିବାହିତ ଝିଅଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି । ପୀଡିତ ମହିଳାଙ୍କ ଅଭିଯୋଗ ରହିଛି ଯେ, ତାଙ୍କ ସହ ରେପ କରାଯାଇଛି ଏବଂ ତାଙ୍କର ଅଶ୍ଳୀଳ ଫଟୋ ଉଠାଯାଇଛି । ଏହାପରେ ସେହି ଫଟୋ ଦେଖାଇ ଭାଇରାଲ କରିଦେବାର ଧମକ ଦେଇ ବ୍ଲାକମେଲ କରାଯାଇଛି ଏବଂ ତାଙ୍କୁ ଅନେକ ଥର ଶୋଷଣା କରାଯାଇଛି । ପୀଡିତାଙ୍କ ନାମ ପ୍ରାର୍ଥୀନୀ । ତେବେ ପ୍ରାର୍ଥୀନୀଙ୍କୁ ବ୍ଲାକମେଲ କରି ତାଙ୍କ ଠାରୁ ୩ କୋଟି ଟଙ୍କା ମଧ୍ୟ ନେଇଛନ୍ତି । ଏହାପରେ ଅଭିଯୁକ୍ତ ବର୍ତ୍ତମାନ ତାଙ୍କୁ ପେଟ୍ରୋଲ ପମ୍ପ ଏବଂ ଜମି ମାଗୁଛନ୍ତି । ଏଥିସହ କିଛି ନ ଦେଲେ ପୀଡିତାଙ୍କ ଉପରେ ଏସିଡ ଫୋପାଡିବାର ଧମକ ମଧ୍ୟ ଦିଆଯାଇଛି । ଏହି ସମସ୍ତ ଅଭିଯୋଗ ପୀଡିତା ଜଣକ ପୋଲିସ ଥାନାରେ କରିଛନ୍ତି ।

ପ୍ରାର୍ଥୀନୀଙ୍କ ସ୍ୱାମୀ କାନପୁରରେ ବିଜନେସ କରନ୍ତି । ବର୍ତ୍ତମାନ ସେ ମୁରାଦାବାଦରେ ରହୁଛନ୍ତି । ଏହାରି ମଧ୍ୟରେ ପୀଡିତାଙ୍କ ବାପାଙ୍କର ଅସୁସ୍ଥତା କାରଣରୁ ୨୦୨୩ରେ ପରଲୋକ ଘଟିଛି । ତାଙ୍କ ବାପାଙ୍କ ପରଲୋକ ପୂର୍ବରୁ ବାପାଙ୍କ ଦେଖାରଖା କରିବା ଲାଗି ସେ ତାଙ୍କ ଘରକୁ ଯାଉଥିଲେ । କାରଣ ତାଙ୍କର କେହି ଭାଇ ନାହାନ୍ତି । ସେହି ସମୟରେ ଆସିକ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କ ଘରକୁ ଯିବା ଆସିବା କରୁଥିଲା । ଏହି ସମୟରେ ପ୍ରାର୍ଥୀନୀଙ୍କ କୋଲ୍ଡ ଡ୍ରିଙ୍କସରେ ନିଶା ଦ୍ରବ୍ୟ ମିଶାଇ ସେ ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ ତାଙ୍କୁ ରେପ କରିଛନ୍ତି । ଏହାପରେ ଫଟୋ ଉଠାଇ ପ୍ରାର୍ଥୀନୀଙ୍କୁ ବ୍ଲାକମେଲ କରୁଛନ୍ତି । ପ୍ରାର୍ଥୀନୀଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଆସିକ ଅଲ୍ଲୀ ସମେତ ୪ ଜଣଙ୍କ ଉପରେ ଧାରା ୩୭୬,୩୮୬,୫୦୬ ଏବଂ ୧୨୦ ‘ବି’ ମାମଲା ରୁଜୁ କରିଛନ୍ତି ।

Get real time updates directly on you device, subscribe now.