fbpx
BJD
BJD SKY
BJD SKY

ପ୍ରଥମରୁ ଅଷ୍ଟମରୁ ଶ୍ରେଣୀ ପିଲାଙ୍କ ଗଣିତ ପାଠ ସହଜ ପାଇଁ ବିକଶିତ ହେଲା ‘BB ଆପ୍’: ଏହାକୁ ବ୍ୟବହାର କରିବାକୁ ସମସ୍ତ DEOଙ୍କୁ ନିର୍ଦ୍ଦେଶ ଦେଲା OSEPA

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବା ପାଇଁ ରାଜ୍ୟ ସରକାର ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ନୂଆ ଯୋଜନା ପ୍ରଣୟନ କରିବା ସହିତ ନୂଆ ବ୍ୟବସ୍ଥା ମଧ୍ୟ ଲାଗୁ କରୁଛନ୍ତି । ତେବେ ଛାତ୍ରଛାତ୍ରୀଙ୍କର ଗଣିତ ପାଠକୁ ସହଜସାଧ୍ୟ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ଏକ ଆପ୍ ପ୍ରସ୍ତୁତ କରାଯାଇଥିବା ବେଳେ ଉକ୍ତ ଆପରେ ଥିବା ଗେମ୍ ମାଧ୍ୟମରେ ପିଲାମାନେ ସହଜରେ ଗଣିତ ପାଠ ବୁଝି ପାରିବେ ।

ସାଧାରଣ ଭାବେ ଅନେକ ଛାତ୍ରଛାତ୍ରୀଙ୍କ ପକ୍ଷେ ଗଣିତ ପାଠ ବୁଝିବା ଏତେ ସହଜ ହୋଇନଥାଏ । ତେଣୁ ସବୁ ପିଲାଙ୍କୁ ଗଣିତ ବିଷୟରେ ଦକ୍ଷ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଅକ୍ଷର ଫାଉଣ୍ଡେସନ ତରଫରୁ ଏକ ଫ୍ରି ଗେମିଫାଏଡ୍ ଗଣିତ ବିଷୟ ଆପ୍ ‘ବିଲ୍ଡିଂ ବ୍ଲକ (ବିବି) ବିକଶିତ କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଗଣିତ ପାଠ୍ୟ ପୁସ୍ତକର କ୍ୟୁଆର କୋଡ୍ ସହିତ ଏହି ଆପକୁ ସଂଯୋଗ କରାଯାଇଛି ଓ ଦୀକ୍ଷା ଆପରେ ମଧ୍ୟ ଅପଲୋଡ୍ କରାଯାଇଛି ।

ଦୀକ୍ଷା ପୋର୍ଟାଲରେ ଅପଲୋଡ୍ ହୋଇଥିବା ଏହି ଆପକୁ ବ୍ୟବହାର କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀମାନେ ମୋବାଇଲ ଆପରେ ରହିଥିବା ଗେମ୍ ମାଧ୍ୟମରେ କିପରି ସହଜରେ ଗଣିତ ବୁଝିପାରିବେ ସେଥିପାଇଁ ବିବି ଆପକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ସମସ୍ତ ଗେମ୍ ସହିତ ଗଣିତ ପାଠ୍ୟପୁସ୍ତକ ଓ କ୍ୟୁଆର କୋଡକୁ ସଂଯୋଗ କରାଯାଇଥିବା ବେଳେ ତାହା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ କାମ କରୁଛି । ୧ମର ୮ମ ପର୍ଯ୍ୟନ୍ତ ଗଣିତ ପାଠ୍ୟ ପୁସ୍ତକରେ ଦିଆଯାଇଥିବା କ୍ୟୁଆର କୋଡ ଜରିଆରେ ଏହି ଆପ୍ ବ୍ୟବହାର କରିବାକୁ କୁହାଯାଇଛି । ଗୁଗଲ ପ୍ଲେ ଷ୍ଟୋରରେ ଏହି ଆପ୍ ଉପଲବ୍ଧ ରହିଛି ।

Get real time updates directly on you device, subscribe now.