fbpx

ବିମାନ ବାଥରୁମରେ କରୁଥିଲେ ଏହି କାମ, ଧରାପଡ଼ିଲେ ଯାତ୍ରୀ, FIR ରୁଜୁ କଲେ ସୁରକ୍ଷା ଅଧିକାରୀ

ମୁମ୍ବାଇ: ଆଜିକାଲି ସିଗାରେଟ୍ ଟାଣିବା ଏକ ସାଧାରଣ କଥା । କିଛି ଲୋକମାନେ ନିଜ ଦୁଃଖ ଭୁଲିବା ପାଇଁ ତ ଆଉ କେତେ ଜଣ ସମାଜରେ ସ୍ଟାଟସ୍ ମେଣ୍ଟେନ୍ କରିବା ପାଇଁ ସିଗାରେଟ୍ ଟାଣିଥାନ୍ତି । ଆଉ ବେଳେ ବେଳେ ଏହି ନିଶା ଏତେ ଅଧିକ ହୋଇଥାଏ ଯେ ସ୍ଥାନ, କାଳ ଓ ପାତ୍ରର ଚିନ୍ତା ନ କରି ବ୍ୟକ୍ତି ଜଣଙ୍କ ସିଗାରେଟ୍ ଟାଣିଥାନ୍ତି । ନିକଟରେ ଏକ ବିମାନରେ ସିଗାରେଟ୍ ଟାଣୁଥିବା ଏକ ମାମଲା ସାମ୍ନାକୁ ଆସିଛି ।

ସୂଚନାରୁ ପ୍ରକାଶ ସୋମବାର ରାତି ୧୧ଟା ୫୬ ମିନିଟରେ ଓମାନର ରାଜଧାନୀ ମସ୍କଟରୁ ମୁମ୍ବାଇ ଅଭିମୁଖେ ଭିସ୍ତାରାର ‘ୟୁକ୍ରେ ୨୩୪’ ବିମାନ ଉଡ଼ାଣ ଭରିଥିଲା । ତାମିଲନାଡ଼ୁର କନ୍ୟାକୁମାରୀ ବାସିନ୍ଦା ବାଲକୃଷ୍ଣ ରାଜୟନ ନାମକ ଜଣେ ବ୍ୟକ୍ତି ଏହି ବିମାନରେ ଯାତ୍ରା କରୁଥିଲେ । ଓଡ଼ାଣର କିଛି ସମୟ ପରେ ସେ ସୌଚାଳୟ ଯାଇଥିଲେ ଏବଂ ସେଠାରେ ସିଗାରେଟ୍ ପିଇବା ଆରମ୍ଭ କରିଥିଲେ । ତେବେ ସ୍ମୋକ୍ ଡିଟେକ୍ଟର କାରଣରୁ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ବିମାନର ପାଇଲଟ ଜଣଙ୍କ କ୍ରୁ ସଦସ୍ୟଙ୍କୁ ଏନେଇ ସୂଚନା ଦେଇଥିଲେ । ୱାଶରୁମ୍ ଯାଞ୍ଚ କରିବା ପରେ ୱାଶ ବେସିନରେ ସିଗାରେଟର ଏକ ଅଂଶ ମିଳିଥିଲା । ମଙ୍ଗଳବାର ଦିନ ବିମାନଟି ମୁମ୍ବାଇ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ଯାତ୍ରୀଙ୍କ ଅନୁପଯୁକ୍ତ ଆଚରଣ ସମ୍ପର୍କରେ ସୁରକ୍ଷା ପର୍ଯ୍ୟବେକ୍ଷଙ୍କୁ ସୂଚନା ଦେଇଥିଲେ । ଏହା ପରେ ସୁରକ୍ଷା ଅଧିକାରୀ ବାଲକୃଷ୍ଣ ରାଜୟନଙ୍କୁ ଅଫିସକୁ ନେଇ ପଚରାଉଚରା କରିଥିଲେ । ଏଥିରେ ବ୍ୟକ୍ତି ଜଣଙ୍କ ଧୂମପାନ କରିଥିବା ସ୍ୱିକାର କରିଥିଲେ । ପରେ ତାଙ୍କ ବିରୋଧରେ ସମ୍ବନ୍ଧିତ ଧାରା ଅନୁଯାୟୀ FIR ରୁଜୁ କରାଯାଇଥିଲା ।

Get real time updates directly on you device, subscribe now.