fbpx
BJD
BJD SKY
BJD SKY

ଭାରତର ଲୋକସଭା ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରୁଛି ଆମେରିକା: ଋଷ

ନୂଆଦିଲ୍ଳୀ: ଦେଶରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇସାରିଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଭାରତର ଲୋକସଭା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଆମେରିକା ପ୍ରୟାସ କରୁଛି । ଭାରତର ରାଜନୈତିକ ସ୍ଥିତିକୁ ଅସନ୍ତୁଳିତ କରିବାକୁ ଉଦ୍ୟମ କରିବା ଭାରତ ପ୍ରତି ଅପମାନଜନକ ଅଟେ । ଆମେରିକାର ଗତିବିଧିକୁ ନେଇ ଋଷ ପରି ଏକ ବଡ଼ ଦାବି କରିଛି ।

ଭାରତର ରାଜନୈତିକ ସ୍ଥିତି ବିଗାଡ଼ିବାକୁ ଆମେରିକା ପ୍ରୟାସ କରୁଥିବା ନେଇ ଋଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିୟା ଜାଖାରୋଭା କହିଥିବା ନେଇ ଋଷର ଏକ ସରକାରୀ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କୁହାଯାଇଛି । ଋଷ ମୁତାବକ, ଭାରତର ଲୋକସଭା ନିର୍ବାଚନରେ ଦଖଲ ଦେବାକୁ ଆମେରିକା ପ୍ରୟାସ କରୁଛି । ନିର୍ବାଚନ ପରିପ୍ରେକ୍ଷୀରେ ଭାରତକୁ ଅସ୍ଥିର କରିବା ଆମେରିକାର ଉଦ୍ଦେଶ୍ୟ ବୋଲି ଋଷ କହିଛି ।

ଋଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତର ଧାର୍ମିକ ସ୍ୱାଧିନତା ଉପରେ ଆମେରିକା କ୍ରମାଗତ ଭାବେ ଅଭିଯୋଗ କରି ଆସିଛି । ଭାରତର ଆଭ୍ୟନ୍ତରୀଣ ରାଜନୈତିକ ଦୃଶ୍ୟପଟ୍ଟରେ ବାଧା ସୃଷ୍ଟି କରିବା ଓ ସାଧାରର ନିର୍ବାଚନରେ ଅସ୍ଥିର ସୃଷ୍ଟି କରିବା ହିଁ ଏହା ପଛର କାରଣ । ଭାରତର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦେବା ନେଇ ଆମେରିକାର ଏହି କାର୍ଯ୍ୟକଳାପ ଭାରତ ପ୍ରତି ଅପମାନଜନକ ଅଟେ ।

Get real time updates directly on you device, subscribe now.