fbpx
BJD
BJD SKY
BJD SKY

ଦିନକୁ ମାତ୍ର ୧୨ ମିନିଟ ନିରବ ରହିଲେ ମିଳିବ ଚମତ୍କାର ଫାଇଦା: ଷ୍ଟ୍ରେସ ହର୍ମୋନ ସ୍ତର ହ୍ରାସ ପାଇବ, ସୃଜନଶୀଳତା ଓ ଏକାଗ୍ରତା ବଢ଼ିବ

ନୂଆଦିଲ୍ଳୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ଚାପରେ ରହୁଥିବା ଦେଖାଯାଉଛି । ପାରିବାରିକ ସମସ୍ୟା, ବୃତ୍ତିଗତ ଜୀବନରେ କାର୍ଯ୍ୟ ଭାର ଚିନ୍ତା, ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟଗତ ସମସ୍ୟା ଆଦି ବିଭିନ୍ନ କାରଣରୁ ଲୋକମାନେ ଅଶାନ୍ତିରେ ଜୀବନ ଯାପନ କରୁଛନ୍ତି । ତେବେ ଆପଣମାନେ ଯଦି ଦିନକୁ କେବଳ ୧୨ ମିନିଟ୍ ନିରବରେ ବିତାଇ ପାରିବେ ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ । ମୌନ ରହିଲେ ଷ୍ଟ୍ରେସନ ହର୍ମୋନ କୋର୍ଟିସୋଲ ସ୍ତରର ହ୍ରାସ ପାଇଥାଏ । ଏଥିସହିତ ଏହା ଆପଣଙ୍କୁ ନିଦକୁ ବଢ଼ାଇବା ସହିତ ବିପିକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ, ମୌନ ରହିବା ଆପଣଙ୍କୁ ମାନସିକ ଭାବେ ମଜବୁତ କରିଥାଏ । ଯେତେବେଳେ ଆପଣ ୧୨ ମିନିଟ୍ ଧରି ନିରବ ରହିଥାନ୍ତି ସେତେବେଳେ ଆପଣଙ୍କର ବ୍ରେନ ଶାନ୍ତ ହୋଇଯାଇଥାଏ ଓ ରିଲାକ୍ସ ମୁଡ଼ରେ ଚାଲିଯାଇଥାଏ । ଏହି ଅବସରରେ ଶରୀର ରେଷ୍ଟୋରେସନ ମୋଡ଼ରେ କାମ କରିଥାଏ ଓ ବ୍ରିଡ ଡିଟକ୍ସରେ ତାହା ସହାୟକ ହୋଇଥାଏ । ଫଳରେ ଆପଣଙ୍କୁ ଓଭର ଥିଙ୍କିଂ ଓ ଚିନ୍ତାକୁ ନିୟନ୍ତ୍ରଣରେ ସହାୟତା ମିଳିଥାଏ ।

ଖରାପ ହର୍ମୋନ କାରଣରୁ ଅନେକ ଲୋକ ଚାପରେ ରହିବା ସହ ତାହା ସ୍ୱାସ୍ଥ୍ୟ ଓ ନିଦ୍ରାକୁ ବ୍ୟାଘାତ କରିଥାଏ । ୧୨ ମିନିଟ୍ ଧରି ନିରବରେ ରହିବା ଫରେ ତାହା ଆପଣଙ୍କର କ୍ରିଏଟିଭିଟି ଓ କନସେନଟ୍ରେସନକୁ ଆକ୍ଟିଭ ରଖିବାରେ ସହାୟକ ହୋଇଥାଏ । ସକାଳ ଓ ସନ୍ଧ୍ୟା ସମୟରେ ଏକ ଏକାନ୍ତ ସ୍ଥାନରେ ଆପଣ ୧୨ ମିନିଟ୍ ପର୍ଯ୍ୟନ୍ତ ଆଖି ବନ୍ଦ କରି ମୌନରେ ବସି ପାରିବେ । ପ୍ରଥମେ ଏହା କରିବା ଆପଣଙ୍କ ପାଇଁ ମୁସ୍କିଲ ହୋଇପାରେ, ମାତ୍ର ପରେ ଅଭ୍ୟାସ ହୋଇଗଲେ ତାହା ସହଜ ହୋଇଯିବ ।

Get real time updates directly on you device, subscribe now.