fbpx
BJD
BJD SKY
BJD SKY

Jacqueline Fernandezଙ୍କ ଗୀତ ସବୁଠାରୁ ଅଧିକ ଶୁଣିଥିବା ବ୍ୟକ୍ତିଙ୍କୁ ଆଇଫୋନ ଗିଫ୍ଟ ଦେବେ ଠକ ସୁକେଶ

ନୂଆଦିଲ୍ଲୀ: ୨୦୦ କୋଟି ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖର ଚର୍ଚ୍ଚାରେ ରହିଛନ୍ତି । ସେ କିଛି ନା କିଛି ଏପରି କରନ୍ତି ଯେଉଁଥି ପାଇଁ ସେ ଚର୍ଚ୍ଚାରେ ରହିଥାଆନ୍ତି । ସେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଲେଟର ଲେଖନ୍ତି । ଯାହାକି ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥାଏ । ଏଥର ପୁଣି ସୁକେଶ ଜ୍ୟାକଲିନଙ୍କ ପାଇଁ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ୟିମି ୟିମି ଗୀତ ପାଇଁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏଥିସହ ଫ୍ୟାନ୍ସଙ୍କ ପାଇଁ ଏକ ଗିଫ୍ଟ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି । ଯାହାପରେ ଏହି ଗୀତଟି ଖୁବ ଭାଇରାଲ ହେଉଛି ।

ସୁକେଶ ନିଜ ଚିଠିରେ ଲେଖିଛନ୍ତି ଯେ, ଜ୍ୟାକଲିନଙ୍କ ବାର୍ଥ ଡେ’ ରେ ସେ ଏକ ସରପ୍ରାଇଜ ଦେବେ । ଏଥିରେ ସେ ଲେଖିଛନ୍ତି, ଯଦି କିଏ ଜ୍ୟାକଲିନଙ୍କ ୟିମି ୟିମି ଗୀତକୁ ଅଧିକ ଦେଖନ୍ତି ତେବେ ସେ ଟପ୍ ୧୦୦ ୟୁଜର୍ସଙ୍କୁ ଆଇଫୋନ ଗିଫ୍ଟ କରିବେ ।

ସୁକେଶ ଜ୍ୟାକଲିନଙ୍କୁ ଚିଠିରେ ଲେଖିଛନ୍ତି ଯେ, ମେରି ବେବୋ ଜ୍ୟାକଲିନ, ବେବି ମୁଁ ତୁମର ଟ୍ରାଭେଲ ଫଟୋକୁ ଦେଖିଛି । ସେଥିରେ ତୁମେ ବହୁତ ସୁନ୍ଦର ଦେଖାଯାଉଛ । ତୁମେ ଆଜି ବି ମୋ ପାଇଁ ସିଣ୍ଡ୍ରେଲା ଅଟ । ବେବି ମୋତେ ସବୁବେଳେ ଆଶ୍ଚର୍ଯ୍ୟଚକିତ କରିବା ପାଇଁ ତୁମକୁ ଧନ୍ୟବାଦ । ଏହି ଖରାପ ସମୟରେ ମଧ୍ୟ ମୋତେ ଖାସ ଅନୁଭବ କରିବା ପାଇଁ ତୁମକୁ ଧନ୍ୟବାଦ । ଏହି ପରି ଅନେକ କଥା ସୁକେଶ ଚିଠିରେ ଲେଖିଛନ୍ତି । ତେବେ ବର୍ତ୍ତମାନ ସୁକେଶଙ୍କର ଏହି ଆଇଫୋନ କଥାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

Get real time updates directly on you device, subscribe now.