fbpx
BJD
BJD SKY
BJD SKY

‘ଆପଣ ବହୁଜନ ସମାଜ ପାଇଁ ଜଣେ ଆଦର୍ଶ…’, ସମସ୍ତ ପଦରୁ ହଟାଯିବା ପରେ ପ୍ରତିକ୍ରିୟାରେ ଏପରି କିଛି କହିଲେ ଆକାଶ ଆନନ୍ଦ

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ବିରୋଧୀଙ୍କ ସମସ୍ତ ଚାଲ ଉପରେ ନଜର ରଖି ରଣନୀତି ପ୍ରସ୍ତୁତ କରିବା ସହ ଅଧିକରୁ ଅଧିକ ଭୋଟରଙ୍କୁ ଆକୃଷ୍ଟ କରିବା ଉପରେ ରହିଛି ବିଭିନ୍ନ ରାଜନୈତିକ ଦଳର ଫୋକସ୍ । ଏଥିମଧ୍ୟରେ ବହୁଜନ ସମାଜବାଦୀ ପାର୍ଟିକୁ ନେଇ ଏବେ ବେଶ ଚର୍ଚ୍ଚା । ବହୁଜନ ସମାଜ ପାର୍ଟି(BSP)ର ରାଷ୍ଟ୍ରୀୟ ସଂଯୋଜକ ତଥା ଉତ୍ତରାଧିକାରୀ ପଦରୁ ଆକାଶ ଆନନ୍ଦଙ୍କୁ ହଟାଇବା ପରେ ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କହିରଖୁଛୁ ମେ ୭ ତାରିଖରେ BSP ସୁପ୍ରିମୋ ମାୟାବତୀ ତାଙ୍କୁ ଏହି ପଦରୁ ହଟାଇଥିଲେ ।

BSPର ରାଷ୍ଟ୍ରୀୟ ସଂଯୋଜକ ତଥା ମାୟାବତୀଙ୍କ ଭଣଜା ଆକାଶ ଆନନ୍ଦ ଦଳର ସମସ୍ତ ପଦରୁ ହଟାଯିବା ପରେ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ସମ୍ମାନନୀୟ ଭଉଣୀ ମାୟାବତୀ ଜୀ, ଆପଣ ବହୁଜନ ସମାଜ ପାଇଁ ଜଣେ ଆଦର୍ଶ । କୋଟି କୋଟି ଦେଶବାସୀ ଆପଣଙ୍କ ପୂଜାର୍ଚ୍ଚନା କରନ୍ତି । ଆପଣଙ୍କ ସଂଘର୍ଷ କାରଣରୁ ଆଜି ଆମ ସମାଜକୁ ଏପରି ଏକ ରାଜନୈତିକ ଶକ୍ତି ମିଳିଛି ଯାହା ଆଧାରରେ ଆଜି ସମ୍ମାନର ସହ ବଞ୍ଚିବା ଶିଖିଛି ପାରିଛି । ଆପଣ ଆମର ସର୍ବମାନ୍ୟ ନେତା । ଆପଣଙ୍କ ଆଦେଶକୁ ମୁଁ ସମ୍ମାନ ଜଣାଉଛି । ଭୀମ ମିଶନ ଏବଂ ନିଜ ସମାଜ ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବି ।’ BSP ପ୍ରମୁଖ ମାୟାବତୀ ମଙ୍ଗଳବାର ଏହି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଥିଲେ । ସେ କହିଥିଲେ, ‘ଦଳ ଏବଂ ଆନ୍ଦୋଳନର ହିତ ପାଇଁ ଆନନ୍ଦ ‘ପୂର୍ଣ୍ଣ ପରିପକ୍ୱତା’ ହାସଲ କରିବା ପର୍ଯ୍ୟନ୍ତ ସେ ଏହି ନିଷ୍ପତ୍ତି ନେଇଛନ୍ତି ।’

Get real time updates directly on you device, subscribe now.