fbpx
BJD
BJD SKY
BJD SKY

ଲିକ୍ୱିଡ୍ ଲିପ୍‌ଷ୍ଟିକ୍ ଲଗାଇବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ଶୁଷ୍କ ହୋଇଥାଏ ଓଠ

ଓଡ଼ିଶା ଭାସ୍କର: ଓଠର ସୁନ୍ଦରତା ବୃଦ୍ଧି କରିବା ପାଇଁ ଲିପ୍‌ଷ୍ଟିକ୍ ଏକ ସୌନ୍ଦର୍ଯ୍ୟ ପ୍ରସାଧନ ଭାବରେ ବ୍ୟବହାର କରାଯାଏ । ଆଜିକାଲି ଅଧିକାଂଶ ମହିଳା ଲିକ୍ୱିଡ୍ ଲିପ୍‌ଷ୍ଟିକ୍ ପ୍ରତି ଆକୃଷ୍ଟ ହେଉଛନ୍ତି । କାରଣ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ସେହିପରି ରହିଥାଏ ଯାହା ଆପଣଙ୍କୁ ସ୍ମାର୍ଟ ଲୁକ୍ ଦେଇଥାଏ । ଆପଣ ପ୍ରତିଦିନ ଲିକ୍ୱିଡ୍ ଲିପ୍‌ଷ୍ଟିକ୍ ବ୍ୟବହାର କରୁଥିଲେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ୍ ଆପଣଙ୍କ ଓଠ ଖରାପ ହୋଇପାରେ ।

୧. ପ୍ରତିଦିନ ଲିକ୍ୱିଡ୍ ଲିପ୍‌ଷ୍ଟିକ୍ ବ୍ୟବହାର କରୁଥିଲେ ଓଠ ଶୁଷ୍କ ହୋଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଓଠକୁ ପ୍ରଥମେ ମଇଶ୍ଚରାଇଜ୍ କରିବା ଜରୁରୀ ।

୨. ଲିକ୍ୱିଡ୍ ଲିପ୍‌ଷ୍ଟିକ୍ ଅଧିକ ଥର ଲଗାଇବା ଠାରୁ ଦୂରେଇ ରୁହନ୍ତୁ । ଅତିବେଶିରେ ୨ କୋଟ୍ ଲଗାଇପାରିବେ । ଅଧିକାଂଶ ମହିଳାଙ୍କ ଧାରଣା ଥାଏ ଯେ ସେମାନେ ଯେତେ ଗାଢ଼ ଲଗାଇବେ ସେତେ ସୁନ୍ଦର ଦେଖାଯିବେ । ଏପରି ଭାବିବା ଭୁଲ । ଏହା ଦ୍ୱାରା ଲିପ୍‌ଷ୍ଟିକ୍ ନଷ୍ଟ ଏବଂ ଓଠ ଖରାପ ହୋଇଥାଏ ।

୩. ଲିକ୍ୱିଡ୍ ଲିପ୍‌ଷ୍ଟିକ୍ ଛଡ଼ାଇବା(ରିମୁଭ୍‌) ସମୟରେ ଓଠକୁ ଜୋରରେ ଘସନ୍ତୁ ନାହିଁ । ଏହା ଦ୍ୱାରା ଓଠ ନାଲି ପଡ଼ିଯିବା ସହ ଶୁଷ୍କ ହୋଇଥାଏ । ଏଥିପାଇଁ ଆପଣ ୱାଟର ବେସ୍‌ଡ ମେକ୍‌ଅପ୍ ରିମୁଭର, ନଡ଼ିଆ ତେଲ କିମ୍ବା ମଇଶ୍ଚରାଇଜର ମଧ୍ୟ ବ୍ୟବହାର କରିପାରିବେ । ସବୁବେଳେ ଲିପ୍‌ଷ୍ଟିକ୍ ରିମୁଭ୍ କରିବା ପାଇଁ କଟନ୍ ବ୍ୟବହାର କରନ୍ତୁ ।

୪. ତରବରିଆ ଭାବରେ ଲିକ୍ୱିଡ୍ ଲିପଷ୍ଟିକ୍ ଲଗାନ୍ତୁ ନାହିଁ । ଏହା ଆପଣଙ୍କ ଓଠର ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ । ଟିକିଏ ଏପଟ ସେପଟ ହେଲେ ବାରମ୍ବାର ଲିପ୍‌ଷ୍ଟିକ୍ ରିମୁଭ୍ କରିବାକୁ ପଡ଼ିଥାଏ କିମ୍ବା ଆକାର ଦେବା ପାଇଁ ଓଭରକୋଟ୍ ଦେଇଥାନ୍ତି । ଏପରି କଲେ ଓଠ ଶୀଘ୍ର ଖରାପ ହୋଇଥାଏ ।

କିପରି ଲଗାଇବେ ଲିକ୍ୱିଡ୍ ଲିପଷ୍ଟିକ୍ ?

ଲିକ୍ୱିଡ୍ ଲିପ୍‌ଷ୍ଟିକ୍ ଲଗାଇବା ପୂର୍ବରୁ ଓଠକୁ ମଇଶ୍ଚରାଇଜ୍ କରନ୍ତୁ । ପ୍ରଥମେ ତଳ ଓଠ ଏହା ପରେ ଉପର ଓଠରେ ଲଗାନ୍ତୁ । ଆପଣ ଚାହିଁଲେ ପରଫେକ୍ଟ ଫିନିଶିଂ ପାଇଁ ଲିପ୍ ଲାଇନର ବ୍ୟବହାର କରିପାରିବେ ।

Get real time updates directly on you device, subscribe now.