fbpx
BJD
BJD SKY
BJD SKY

Air India Express: ଏକ ସାଙ୍ଗରେ ଅସୁସ୍ଥ ଥିଲେ ୧୦୦ କର୍ମଚାରୀ, ଚାକିରିରୁ ବିଦା କଲା ଏୟାରଲାଇନ

ନୂଆଦିଲ୍ଲୀ: ବିନା କୌଣସି କାରଣରେ ସାମୁହିକ ଭାବେ ଅସୁସ୍ଥ ଥିବା କହି ଛୁଟି ନେଇଥିବା କର୍ମଚାରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଚାକିରିରୁ ବାହାର କରିଦେଇଛି । ଟାଟା ଗ୍ରୁପର ଏୟାର ଇଣ୍ଟିଆ ଏକ୍ସପ୍ରେସର ୧୦ ୦ରୁ ଅଧିକ କେବିନ କ୍ରୁ ମେମ୍ବର୍ସ ଅଚାନକ ସିକ୍ ଲିଭ୍ କହି ଛୁଟି ନେଇଛନ୍ତି । ଯେଉଁ କାରଣରୁ ମଙ୍ଗଳବାର ରାତିରେ ଏୟାର ଲାଇନ ନିଜର ୯୦ରୁ ଅଧିକ ଫ୍ଲାଇଟ୍ କ୍ୟାନ୍ସେଲ କରିବାକୁ ବାଧ୍ୟ ହୋଇଛି । ଏହା ଦ୍ୱାରା ଯାତ୍ରୀମାନେ ଆସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ସିନିୟର କେବିନ କ୍ରୁ ମେମ୍ବର୍ସର ଏକ ଗ୍ରୁପ ଏୟାର ଇଣ୍ଡିଆ ଏକ୍ସପ୍ରେସର ହ୍ୟୁମାନ ରିସୋର୍ସ ପଲିସିରେ ପରିବର୍ତ୍ତନକୁ ନେଇ ବିରୋଧ ପ୍ରକାଶ କରି ଛୁଟି ନେଇଥିଲେ । ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଏଆଇଏକ୍ସ କନେକ୍ଟର ବିଲୟ ହେବାକୁ ଯାଉଛି । ଏହାକୁ ଧ୍ୟାନରେ ରଖି ବର୍ତ୍ତମାନ ଏୟାରଲାଇନରେ କେବିନ କ୍ରୁ ପାଇଁ ହାୟରିଙ୍ଗ ମଧ୍ୟ ଆରମ୍ଭ କରାଯାଇଛି । ଏହି କଥାକୁ ନେଇ କିଛି କେବିନ କ୍ରୁ କ୍ରୋଧ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.